ମାଲେସିଆ

(Malaysiaରୁ ଲେଉଟି ଆସିଛି)

ମାଲେସିଆ ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ | ଏହା ଏକ ସଂଘୀୟ ରାଷ୍ଟ୍ର ଯେଉଁଥିରେ ୧୩ଟି ରାଜ୍ୟ ଅଛି | ଦକ୍ଷିଣ ଚୀନ ସାଗରଦ୍ୱାରା ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହାର ମୁଖ୍ୟ ଭାଗ ମାଳୟ ଉପଦ୍ୱୀପରେ ଅଛି | ଏହାର ପଶ୍ଚିମ ଉପକୂଳରେ ମାଲାକା ଜଳପଥ ଏବଂ ପୂର୍ବ ଉପକୂଳରେ ଦକ୍ଷିଣ ଚୀନ ସାଗର ଅବସ୍ଥିତ| ଏହି ଦେଶର ଅନ୍ୟ ଅଂଶ, ବେଳେବେଳେ ପୂର୍ବ ମାଲେସିଆ ଭାବରେ ଜଣାଶୁଣା, ଦକ୍ଷିଣ ଚୀନ ସାଗରର ବୋର୍ନିଓ ଦ୍ୱୀପର ଉତ୍ତର ଭାଗରେ | ମାଳୟ ଉପଦ୍ୱୀପରେ ଥିବା କୁଆଲାଲମ୍ପୁର ଏହାର ରାଜଧାନୀ | ସଂଘୀୟ ରାଜଧାନୀ ନିକଟରେ ପୁତ୍ରଜୟାକୁ ସ୍ଥାନାନ୍ତରିତ ହୋଇଛି, ଯାହାକି ଏକ ନୂତନ ଭାବରେ ନିର୍ମିତ ସହର ଯାହାକି ପ୍ରଶାସନ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ |

ମାଲେସିଆ ଏକ ବହୁ-ଜାତି ଏବଂ ବହୁ-ସାଂସ୍କୃତିକ ଦେଶ। ସଂଖ୍ୟାଧିକ ଲୋକ ମାଳୟ ବଂଶୋଓଦ୍ଭବ, କିନ୍ତୁ ସେଠାରେ ଚୀନ ଏବଂ ଭାରତୀୟ ମୂଳର ଲୋକ ମଧ୍ୟ ଅଛନ୍ତି। ଏହାର ସରକାରୀ ଭାଷା ହେଉଛି ଲାଟିନ୍ ବର୍ଣ୍ଣମାଳାରେ ଲେଖାଯାଇଥିବା ମାଳୟ | ସରୱକ୍ ରାଜ୍ୟରେ ମାଳୟ ସହିତ ଇଂରାଜୀ ଏକ ସ୍ୱୀକୃତିପ୍ରାପ୍ତ ଏବଂ ସରକାରୀ ଭାଷା | ତାମିଲ ଏବଂ ଚାଇନିଜ୍ ମଧ୍ୟ ପ୍ରାୟତଃ ବ୍ୟବହୃତ ହୁଏ | ମାଲେସିଆରେ ୧୩୦ରୁ ଅଧିକ ଭାଷା ବ୍ୟବହୃତ ହୁଏ, ମାଲେସିଆର ବୋର୍ନିଓରେ ୯୪ ଏବଂ ଉପଦ୍ୱୀପରେ ୪୦ଟି ଭାଷା ବ୍ୟବହୃତ ହୁଏ। ଇସଲାମ ହେଉଛି ସରକାରୀ ଧର୍ମ, କିନ୍ତୁ ଅଣ-ମାଳୟ ନାଗରିକମାନେ ଅନ୍ୟ ଧର୍ମ ପାଳନ କରିବାର ସ୍ୱାଧୀନତା ରହିଛି।

ଇତିହାସ ସମ୍ପାଦନା

ଚୀନ ଏବଂ ଭାରତ ମଧ୍ୟରେ ମାଲେସିଆ ଏକ ପ୍ରାଚୀନ ବାଣିଜ୍ୟ କେନ୍ଦ୍ର ଥିଲା | ଯେତେବେଳେ ୟୁରୋପୀୟମାନେ ଏହି ଅଞ୍ଚଳକୁ ଆସିଲେ, ମାଲାକା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ବନ୍ଦର ହେଲା ।

୧୭୮୬ ମସିହାରେ ପେନାଙ୍ଗଠାରୁ ଆରମ୍ଭ କରି ମାଲେସିଆର ରାଜ୍ୟଗୁଡିକ ବ୍ରିଟିଶ ସାମ୍ରାଜ୍ୟର ଏକ ଉପନିବେଶ ପାଲଟିଥିଲେ। ସେପ୍ଟେମ୍ବର ୧୯୬୩ ରେ, ମାଲୟ, ସିଙ୍ଗାପୁର ଏବଂ ବୋର୍ନିଓ ଅଂଶ ମିଳିତ ହୋଇ ମାଲେସିଆ ସଂଘର ଗଠନ ହୋଇଥିଲ । ୧୯୬୫ ରେ, ଏହି ସଂଘରୁ ସିଙ୍ଗାପୁରକୁ ବହିଷ୍କାର କରାଯାଇଥିଲା ଏବଂ ମାଲେସିଆ ଓ ସିଙ୍ଗାପୁର ଦୁଇଟି ସାର୍ବଭୌମ ରାଷ୍ଟ୍ର ଭବେ ଗନ୍ମ ନେଇଥିଲେ।[୧]

ଶାସନ ସମ୍ପାଦନା

ମାଲେସିଆର ସଂସଦ ଗୃହ

ମାଲେସିଆରେ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ରାଜା, ଯାହାଙ୍କର ଆନୁଷ୍ଠାନିକ ପଦବୀ ହେଉଛି ୟାଙ୍ଗ ଡି-ପର୍ଟୁଆନ୍ ଆଗୋଙ୍ଗ | ରାଜା ମାଲାୟା ରାଜ୍ୟର ୯ଟି ବଂଶାନୁକ୍ରମିକ ଶାସକମାନଙ୍କ ମଧ୍ୟରୁ ଏବଂ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।ରାଜାଙ୍କ ଭୂମିକା ମୁଖ୍ୟତଃ ଆନୁଷ୍ଠାନିକ , ୧୯୯୪ର ସମ୍ବିଧାନରେ ପରିବର୍ତ୍ତନ ହେବା ପରେ ମନ୍ତ୍ରୀ ତଥା ଉପର ଗୃହର ସଦସ୍ୟଙ୍କୁ ବାଛିବା କ୍ଷମତା ରାଜଙ୍କ ପାଖରେ ରହିଛି ।ମାଲେସିଆର ସରକାରର ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଏହାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ମହାରଥୀ ମହମ୍ମଦ, ମେ ୨୦୧୮ରେ ୯୨ ବର୍ଷ ବୟସରେ ନିର୍ବାଚିତ ହୋଇଛନ୍ତି। ଆଇନ ପ୍ରଣୟନ କ୍ଷମତା କେନ୍ଦ୍ର ଏବଂ ରାଜ୍ୟ ବିଧାନ ସଭା ମଧ୍ୟରେ ବିଭକ୍ତ । କେନ୍ଦ୍ରୀୟ ସଂସଦ ନିମ୍ନ ଗୃହ ଦେୱାନ ରାକ୍ୟାଟ୍ ଏବଂ ଉପର ଗୃହ, ଦେୱାନ ନେଗାରାକୁ ନେଇ ଗଠିତ | ୨୨୨ ସଦସ୍ୟ ବିଶିଷ୍ଟ ଦେୱାନ ରାକ୍ୟାଟ୍ର ସଭ୍ୟ ସର୍ବାଧିକ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଦେୱାନ ନେଗାରା ୭୦ ସଦସ୍ୟ ବିଶିଷ୍ଠ ଓ ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ । 13ଟି ରାଜ୍ୟ ବିଧାନ ସଭାଦ୍ୱାରା ୨୬ ଜଣ ନିର୍ବାଚିତ ହୋଇଛନ୍ତି ଏବଂ ଅବଶିଷ୍ଟ ୪୪ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜା ନିଯୁକ୍ତି ଦିଅନ୍ତି ।[୨]

ପ୍ରଶାସନିକ ବିଭାଜନ ସମ୍ପାଦନା

ମାଲେସିଆରେ ୧୩ଟି ସ୍ୱୟଂଶାସିତ ରାଜ୍ୟ ଅଛି, । ଏହା ଛଡା ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା କୁଆଲାଲମ୍ପୁର, ପୁଟ୍ରଜୟା ଏବଂ ଲାବୁଆନ୍ ମଧ୍ୟ ରହିଛି।[୩]

ଭୂଗୋଳ ସମ୍ପାଦନା

ମାଲେସିଆର ଅବସ୍ଥାନ ମାନଚିତ୍ର

ମାଲେସିଆ ହେଉଛି ବିଶ୍ୱର ୬୬ତମ ବୃହତ୍ ଦେଶ, ଏହାର ଭୂମି କ୍ଷେତ୍ରଫଳ ୩୨୯,୬୧୩ ବର୍ଗ କିଲୋମିଟର (୧୨୭,୨୬୪ ବର୍ଗ ମାଇଲ) । ମାଲେସିଆର ପଶ୍ଚିମରେ ଥାଇଲ୍ୟାଣ୍ଡ ଏବଂ ପୂର୍ବରେ ଇଣ୍ଡୋନେସିଆ ଏବଂ ବୃନେଇ ଦେଶ ଅବସ୍ଥିତ | ଏହା ସିଙ୍ଗାପୁର ସହିତ ଏକ ସଂକୀର୍ଣ୍ଣ ରାସ୍ତା ଏବଂ ଏକ ସେତୁଦ୍ୱାରା ସଂଯୁକ୍ତ । ଭିଏତନାମ ଏବଂ ଫିଲିପାଇନ୍ସ ସହିତ ଏହାର ସାମୁଦ୍ରିକ ସୀମା ମଧ୍ୟ ରହିଛି। ଉଭୟ ଏସୀୟ ମୁଖ୍ୟ ସ୍ଥଳଭାଗ ଏବଂ ମାଳୟ ଦ୍ୱୀପପୁଞ୍ଜରେ ମାଲେସିଆର ଅଂଶ ରହିଛି। ଦକ୍ଷିଣ ଜୋହୋର ରାଜ୍ୟରେ ଅବସ୍ଥିତ ତାନଜୁଙ୍ଗ ପିଆଇ ହେଉଛି ମାଳଦ୍ୱୀପ ଏସିଆର ଦକ୍ଷିଣ ଦିଗ । ସୁମାତ୍ରା ଏବଂ ମାଲେସିଆ ଉପଦ୍ୱୀପ ମଧ୍ୟରେ ଅବସ୍ଥିତ ମାଲାକା ଜଳପଥ ବିଶ୍ୱ ବାଣିଜ୍ୟର ୪୦% ପରିବହନ କରୁଥିବା ବିଶ୍ୱ ବାଣିଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ଅଟେ ।[୨]

ମାଲେସିଆ ଉପଦ୍ୱୀପ ଦେଶର ୪୦% କ୍ଷେତ୍ରଫଳ ଅଧିକାର କରିଛି । ଏହା ଉତ୍ତରରୁ ଦକ୍ଷିଣକୁ ଲମ୍ବ ୭୪୦ କିଲୋମିଟର (୪୬୦ ମାଇଲ) ଏବଂ ଏହାର ସର୍ବାଧିକ ପ୍ରସ୍ତ ୩୨୨ କିଲୋମିଟର (୨୦୦ ମାଇଲ) ଅଟେ। ଏହା ଏହାର ପୂର୍ବ ଏବଂ ପଶ୍ଚିମ ଉପକୂଳ ମଧ୍ୟରେ ଟିଟିୱାଙ୍ଗସା ପର୍ବତମାଳାଦ୍ୱାରା ବିଭକ୍ତ ହୋଇଛି । କରବୁ ପର୍ବତ ଏହାର ସର୍ବାଧିକ ଉଚ୍ଚ ପର୍ବତ (2,183 ମିଟର ବା 7,162 ଫୁଟ ଉଚ୍ଚ)। ଏହି ପର୍ବତଗୁଡିକ ଘଞ୍ଚ ଜଙ୍ଗଲରେ ଘେରା ଏବଂ ମୁଖ୍ୟତଃ ଗ୍ରାନାଇଟ୍ ଏବଂ ଅନ୍ୟାନ୍ୟ ଆଗ୍ନେୟ ଶିଳାରେ ଗଠିତ । ଏହି ପର୍ବତମାଳା ହେଉଛି ମାଲେସିଆ ଉପଦ୍ୱୀପର କେତେକ ନଦୀର ଉତ୍ପତ୍ତି ସ୍ଥଳ ।[୩]

କିନାବଲୁ ପର୍ବତ

ଆଧାର ସମ୍ପାଦନା

  1. van Harssel, J.; Jackson, R.H.; Hudman, L.E. (2014). National Geographic Learning's Visual Geography of Travel and Tourism. Cengage Learning. p. 529. ISBN 978-1-133-95126-1. Retrieved 2020-11-16.
  2. ୨.୦ ୨.୧ "Malaysia - Facts, Geography, History, & Points of Interest". Encyclopedia Britannica. 2020-11-12. Retrieved 2020-11-16.
  3. ୩.୦ ୩.୧ "East Asia/Southeast Asia :: Malaysia - The World Factbook". Central Intelligence Agency. 2020-11-09. Archived from the original on 2019-01-06. Retrieved 2020-11-16.
🔥 Top keywords: ପ୍ରଧାନ ପୃଷ୍ଠାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଶେଷ:ଖୋଜନ୍ତୁଯୁକ୍ତରାଷ୍ଟ୍ର ଆମେରିକାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଗୋପବନ୍ଧୁ ଦାସମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବିଶେଷ:ନଗଦବଦଳଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆସୁଭାଷ ଚନ୍ଦ୍ର ବୋଷପ୍ରଦୀପ କୁମାର ପାଣିଗ୍ରାହୀଓଡ଼ିଆ ଭାଷାମଧୁସୂଦନ ଦାସସାରଳା ଦାସଉପେନ୍ଦ୍ର ଭଞ୍ଜଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରନୃସିଂହ ଚତୁର୍ଦ୍ଦଶୀରାଧାନାଥ ରାୟମହାତ୍ମା ଗାନ୍ଧୀସହଯୋଗ:ବିଷୟବସ୍ତୁସାଲବେଗଉଇକିପିଡ଼ିଆ:ଆମ ସହ ଯୋଗାଯୋଗନିମାଇଁ ଚରଣ ହରିଚନ୍ଦନପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଜଗନ୍ନାଥwiki.phtmlଲୋକ ସଭାଭାରତଉଇକିପିଡ଼ିଆ:ଜାଣିବା କଥାଉଇକିପିଡ଼ିଆ:ଆଲୋଚନା ସଭାସହଯୋଗ:CS1 errorsଓଡ଼ିଆ ସାହିତ୍ୟଜଗନ୍ନାଥ ଦାସଓଡ଼ିଶାର ଇତିହାସ