ପ୍ରଦୀପ କୁମାର ପାଣିଗ୍ରାହୀ

ଓଡ଼ିଆ ରାଜନୀତିଜ୍ଞ

ପ୍ରଦୀପ କୁମାର ପାଣିଗ୍ରାହୀ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରଦୀପ କୁମାର ପାଣିଗ୍ରାହୀ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀତ୍ରିନାଥ ବେହେରା
ନିର୍ବାଚନ ମଣ୍ଡଳୀଗୋପାଳପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-04-03) ୩ ଅପ୍ରେଲ ୧୯୬୩ (ବୟସ ୬୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୁଜାତା ପାଣିଗ୍ରାହୀ
ବାପା/ବୋଉସୁମନାଥ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଦୀପ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁମନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁଜାତା ପାଣିଗ୍ରାହୀ ।[୨]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଦୀପ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]

ଦୁର୍ନିତି ଅଭିଯୋଗରେ ପ୍ରଦୀପଙ୍କୁ ୨୯ ନଭେମ୍ବର ୨୦୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା ।[୩] ସେ ତାଙ୍କର ହେବାକୁ ଥିବା ଜ୍ୱାଇଁ ପ୍ରଦୀପ ପାଠକଙ୍କ ସହ ମିଶି ଠକେଇ ଅଭିଯୋଗରେ ମଧ୍ୟ ଗିରଫ ହୋଇଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୨୦୦୯୨୦୧୪ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭାଗୋପାଳପୁରବିଜୁ ଜନତା ଦଳ
୨୦୧୪୨୦୧୯ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭାଗୋପାଳପୁରବିଜୁ ଜନତା ଦଳ
୨୦୧୯ଏବେଯାଏଁସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭାଗୋପାଳପୁରବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. "The steady rise, and sharp fall of BJD lawmaker Pradeep Panigrahy". Hindustan Times (in ଇଂରାଜୀ). 5 December 2020. Retrieved 4 January 2021.
  2. ୨.୦ ୨.୧ "Shri Pradeep Kumar Panigrahy". odishaassembly.nic.in. Odisha Assembly. Retrieved 4 January 2021.
  3. "ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ - Dharitri". Dharitri Odia News. 29 November 2020. Retrieved 4 January 2021.
  4. "ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା : ଭିଜିଲାନ୍‌ସକୁ ଦେଲେ ଲୋକାୟୁକ୍ତ | Sambad". ସମ୍ବାଦ. sambad.in. 12 December 2020. Retrieved 4 January 2021.

ବାହାର ଆଧାର ସମ୍ପାଦନା

  • ଉଇକିମିଡ଼ିଆ କମନ୍ସରେ Pradeep Kumar Panigrahy-ସମ୍ପର୍କିତ ମିଡ଼ିଆ
🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାମିଡ଼ିଆଉଇକି:Interwiki-links.jsବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିଗଙ୍ଗାଧର ମେହେରଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥରାଧାନାଥ ରାୟଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଭାରତଅକ୍ଷୟ ତୃତୀୟାଗୋପବନ୍ଧୁ ଦାସଉପେନ୍ଦ୍ର ଭଞ୍ଜମଧୁସୂଦନ ଦାସମହାତ୍ମା ଗାନ୍ଧୀଓଡ଼ିଆ ସାହିତ୍ୟଗୋପୀନାଥ ମହାନ୍ତିମନୋଜ ଦାସମଧୁସୂଦନ ରାଓଜଗନ୍ନାଥ ଦାସଜୟ ଜଗନ୍ନାଥସଚ୍ଚିଦାନନ୍ଦ ରାଉତରାୟଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଭୀମ ଭୋଇଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଜଗନ୍ନାଥ ମନ୍ଦିରଓଡ଼ିଶା ବିଧାନ ସଭାସାରଳା ଦାସମନମୋହନ ସାମଲନମିତା ଅଗ୍ରୱାଲସହଯୋଗ:ବିଷୟବସ୍ତୁମୁସଲମାନଆଲୋଚନା:ମୁସଲମାନଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଭାରତୀୟ ଡାକ ସେବାରମାକାନ୍ତ ରଥସୀତାକାନ୍ତ ମହାପାତ୍ର