ବିଧାନ ସଭା ସଭ୍ୟ

ଭାରତ ପ୍ରତି ରାଜ୍ୟ ପାଇଁ ଗୋଟିଏ ଲେଖାଏଁ ବିଧାନ ସଭା ରହିଛି । ସାବାଳକ ଭୋଟଦାନ ମାଧ୍ୟମରେ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ଲୋକମାନଙ୍କଦ୍ୱାରା ଲୋକ-ପ୍ରତିନିଧି ଚୟନ କରାଯାଇ ବିଧାନ ସଭା ଗଠିତ ହୁଏ । ବିଧାନ ସଭା ସଦସ୍ୟ ସଂଖ୍ୟା ସର୍ବାଧିକ ୫୦୦ ଓ ସର୍ବନିମ୍ନ ୬୦ ଅଟେ । ତେବେ ଭାରତର କେତେକ ରାଜ୍ୟ-ବିଧାନ ସଭାରେ ୬୦ରୁ କମ ସଂଖ୍ୟକ ଆସନ ଅଛି;- ଯଥା:- ସିକିମ(୩୨), ଗୋଆ, ଅରୁଣାଚଳ ପ୍ରଦେଶମିଜୋରମ (ପ୍ରତ୍ୟେକ ୪୦) ।[୧]

ଓଡ଼ିଶା ବିଧାନ ସଭା

ସମ୍ପାଦନା

ଓଡ଼ିଶା ବିଧାନ ସଭାରେ ସଭ୍ୟସଂଖ୍ୟା ୧୪୭, ତନ୍ମଧ୍ୟରୁ ୨୨ ଓ ୩୪ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତିଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ବିଧାନ ସଭା ପାଇଁ ସଦସ୍ୟ ବ୍ୟବସ୍ଥା

ସମ୍ପାଦନା

ରାଜ୍ୟ ବିଧାନ ସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି । ପ୍ରତ୍ୟେକ ଅଠର ବର୍ଷ ବା ତତୋଧିକ ବୟସର ନାଗରିକମାନେ ମତଦାନ କରି ଲୋକପ୍ରତିନିଧି ଚୟନ କରିଥାନ୍ତି । ପ୍ରତି ରାଜ୍ୟ ବିଧାନ ସଭାର ଆସନ ସଂଖ୍ୟା ଯେତିକି ଥାଏ ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି ।

ବିଧାନ ସଭା ସଭ୍ୟପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତା

ସମ୍ପାଦନା

ବିଧାନ ସଭା ସଭ୍ୟ ପଦ ପାଇଁ ପ୍ରତି ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।

  1. ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  2. ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
  3. ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନ ଅନୁଯାୟୀ ତାଙ୍କର ଅନ୍ୟ ଯୋଗ୍ୟତା ଥିବା ।

ଜଣେ ପ୍ରାର୍ଥୀ ନିର୍ବାଚନ ପାଇଁ ଅଯୋଗ୍ୟ ବିବେଚିତ ଯଦି -

  1. ସେ କୌଣସି ସରକାରୀ ଲାଭ ଜନକ ପଦବୀରେ ଥିବେ ।
  2. ସେ ଯଦି ମସ୍ତିସ୍କ ବିକୃତ ବୋଲି ନାୟାଳୟରୁ ବିବେଚିତ ହୋଇଥିବେ ।
  3. ସେ ନିଃସ୍ୱ ହୋଇଥିବେ ।
  4. ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।

ଆହୁରି ଦେଖନ୍ତୁ

ସମ୍ପାଦନା
  1. "KKHSOU". Archived from the original on 2016-12-22. Retrieved 2016-08-20.
🔥 Top keywords: ପ୍ରଧାନ ପୃଷ୍ଠାଦେବସ୍ନାନ ପୂର୍ଣ୍ଣିମାବିଶେଷ:ଖୋଜନ୍ତୁଆନ୍ତର୍ଜାତିକ ଯୋଗ ଦିବସଯୋଗମୋହନ ଚରଣ ମାଝୀଫକୀର ମୋହନ ସେନାପତିଭି. କାର୍ତ୍ତିକେୟ ପାଣ୍ଡିଆନଗଙ୍ଗାଧର ମେହେରଉପେନ୍ଦ୍ର ଭଞ୍ଜରାଧାନାଥ ରାୟଜଗନ୍ନାଥ ମନ୍ଦିରଜଗନ୍ନାଥଦ୍ୱିତୀୟ ବିଶ୍ୱଯୁଦ୍ଧଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସପ୍ରସନ୍ନ କୁମାର ପାଟ୍ଟଶାଣୀସିକ୍ଲ ସେଲ୍ ରୋଗଜଗନ୍ନାଥ ଦାସସୁରେନ୍ଦ୍ର ମହାନ୍ତିଗୋପବନ୍ଧୁ ଦାସରଥଯାତ୍ରାମିଡ଼ିଆଉଇକି:Interwiki-links.jsବିଶେଷ:ନଗଦବଦଳଓଡ଼ିଆ ସାହିତ୍ୟସାରଳା ଦାସନମିତା ଅଗ୍ରୱାଲଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଶାମଧୁସୂଦନ ରାଓଭାରତ ସରକାରନବ କିଶୋର ଦାସଗଜାନନ ବେଶଟର (ବେନାମୀ ନେଟୱାର୍କ)ଉତ୍କଳ ସମ୍ମିଳନୀଓଡ଼ିଆ ଭାଷାମହାତ୍ମା ଗାନ୍ଧୀଅଣସରବନ୍ଦେ ଉତ୍କଳ ଜନନୀ