ବୀରେନ ରାଉତରାୟ

ଓଡ଼ିଆ ନାଟ୍ୟକାର ଓ ଅଭିନେତା

ବୀରେନ ରାଉତରାୟ, ଜଣେ ଜଣାଶୁଣା ଓଡ଼ିଆ ନାଟ୍ୟକାର ଓ ଅଭିନେତା । ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ସେ ମଞ୍ଚ, ଟେଲିଭିଜନ ବା ଚଳଚ୍ଚିତ୍ର, ସବୁଠି ବେଶ ପରିଚିତ ।[୧]

ବୀରେନ ରାଉତରାୟ
ଫାଇଲ:ବୀରେନ ରାଉତରାୟ.jpg
ଜନ୍ମ(1939-09-27)୨୭ ସେପ୍ଟେମ୍ବର ୧୯୩୯
ମେରିଆବଜାର, କଟକ
ମୃତ୍ୟୁ୨୪ ନଭେମ୍ବର ୨୦୧୪(2014-11-24) (ବୟସ ୭୫)
ମୃତ୍ୟୁର କାରଣହୃଦଘାତ
ଜାତୀୟତାଭାରତୀୟ
ଶିକ୍ଷାଡିଗ୍ରୀ ଇଞ୍ଜିନିୟରିଂ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଓଡ଼ିଆ ନାଟ୍ୟକାର ଓ ଅଭିନେତା
ବୈବାହିକ-ସାଥୀବନଶ୍ରୀ ରାଉତରାୟ
ସନ୍ତାନରାଜକିଶୋର, ଇତିଶ୍ରୀ
ପିତାମାତା(s)ଭ୍ରମରବର ରାଉତରାୟ, ତାରାମଣି ଦେବୀ

ବୀରେନ ରାଉତରାୟ, ଜଗତସିଂହପୁର ନିବାସୀ ସ୍ୱାଧୀନତା ସଂଗ୍ରାମୀ ଭ୍ରମରବର ରାଉତରାୟ ଓ ତାରାମଣି ଦେବୀଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ସେ ୧୯୩୯ ମସିହା ସେପ୍ଟେମ୍ବର ମାସ ୨୭ତାରିଖରେ କଟକର ମେରିଆବଜାରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ବି.ଏସ.ସି ଓ ବୁର୍ଲା ଆର.ଇ.ସିରୁ ଡିଗ୍ରୀ ଇଞ୍ଜିନିୟରିଂ ଶିକ୍ଷା ଲାଭ କରି, ସେ ରାଜ୍ୟ ସରକାରଙ୍କ ବହୁ ବିଭାଗରେ ଯନ୍ତ୍ରୀ ରୂପେ କାର୍ଯ୍ୟକରିଥିଲେ । ସେ ୧୯୭୭ ମସିହାରେ, ଗୃହନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ ଭାବରେ ଅବସର ଗ୍ରହଣ କରିଥିଲେ ।

୧୯୫୫ ମସିହାରେ ମଞ୍ଚାଭିନୟରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ପ୍ରାୟ ୩୫ଟିରୁ ଅଧିକ ଚଳଚ୍ଚିତ୍ର, ୨୦୦ରୁ ଅଧିକ ମଞ୍ଚନାଟକ ଓ ଦୂରଦର୍ଶନରେ ଅଭିନୟ କରି ସେ ଲୋକପ୍ରିୟତା ଲାଭ କରିପାରିଛନ୍ତି । ବହୁ ନାଟକ ନିଜେ ରଚନା କରିଛନ୍ତି ଓ ଏଥିପାଇଁ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । "ଚିତ୍ରୋତ୍ପଳା" ଓ "ସଂସ୍କୃତି ବିହାର" ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହି ସେ, କଳା ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି ।

ସାହିତ୍ୟକୃତି ସମ୍ପାଦନା

ନାଟକ ସମ୍ପାଦନା

  • କସ୍ତୁରୀ ମୃଗ
  • ତୃଷ୍ଣା
  • ରାଣା ପ୍ରତାପ ସିଂହ
  • ଜାମୁକୋଳି ଗଛ
  • ଅଙ୍ଗ ରାଜା
  • ଭଙ୍ଗା ବେହେଲାର ସ୍ୱର

ପତ୍ରିକା ସମ୍ପାଦନା

  • ନାଟ୍ୟଶ୍ରୀ

ଅଭିନିତ ଚଳଚ୍ଚିତ୍ର ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଶ୍ରେଷ୍ଠ ଚରିତ୍ର ଓଅ ଖଳନାୟକ ଭାବେ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୮୩(ଭକ୍ତ ସାଲବେଗ ଚଳଚ୍ଚିତ୍ର ପାଇଁ) [୨]
  • ଓଡ଼ିଶା ଫିଲ୍ମ ଜର୍ଣ୍ଣାଲିଷ୍ଟ ଆୱର୍ଡ
  • ରୋଟାରି ଆୱର୍ଡ
  • ଶ୍ରେଷ୍ଠ ନାଟ୍ୟକାର ସମ୍ମାନ( କସ୍ତୁରୀ ମୃଗ) - ୧୯୬୯[୩]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2013-10-06. Retrieved 2014-11-25. {{cite web}}: Cite has empty unknown parameter: |1= (help)
  2. ଧରିତ୍ରୀ ୨୫/୧୧/୨୦୧୪ ପୃଷ୍ଠା ୧୧
  3. ସମ୍ବାଦ ୨୫/୧୧/୨୦୧୪ ପୃଷ୍ଠା ୪

ଅଧିକ ତଥ୍ୟ ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଦ୍ୱିତୀୟ ବିଶ୍ୱଯୁଦ୍ଧବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଫକୀର ମୋହନ ସେନାପତିଲୋକ ସଭାଭି. କାର୍ତ୍ତିକେୟ ପାଣ୍ଡିଆନବନ୍ଦେ ଉତ୍କଳ ଜନନୀକାଳିନ୍ଦୀ ଚରଣ ପାଣିଗ୍ରାହୀଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆସାରଳା ଦାସଜଗନ୍ନାଥ ମନ୍ଦିରଓଡ଼ିଆ ସାହିତ୍ୟଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋଦାବରୀଶ ମିଶ୍ରମଧୁସୂଦନ ଦାସଗୋପୀନାଥ ମହାନ୍ତିଶ୍ରେଣୀ:Template documentationଓଡ଼ିଆ ଭାଷାଦ୍ରୌପଦୀ ମୁର୍ମୁଗୋପବନ୍ଧୁ ଦାସକାଳୀଚରଣ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥମନମୋହନ ସାମଲଉଇକିପିଡ଼ିଆ:ଆମ ସହ ଯୋଗାଯୋଗମାୟାଧର ମାନସିଂହଭାରତଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଘୂର୍ଣ୍ଣିବାତ୍ୟାଭୀମ ଭୋଇପ୍ରତିଭା ରାୟସହଯୋଗ:ବିଷୟବସ୍ତୁରଥଯାତ୍ରାଓଡ଼ିଶା ବିଧାନ ସଭା