ଗୋଦାବରୀଶ ମହାପାତ୍ର

ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ

ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫)[୧] ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।

ଗୋଦାବରୀଶ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1898-10-01)୧ ଅକ୍ଟୋବର ୧୮୯୮
କୁମାରଙ୍ଗ ଶାସନ, ବାଣପୁର, ଖୋର୍ଦ୍ଧା ଜିଲ୍ଲା
ମୃତ୍ୟୁ୨୫ ନଭେମ୍ବର ୧୯୬୫(1965-11-25) (ବୟସ ୬୭)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟସତ୍ୟବାଦୀ ଯୁଗ
ବିଷୟକବି, ଗାଳ୍ପିକ, ସମ୍ପାଦକ ଓ ବ୍ୟଙ୍ଗ ଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନ କାଳ ସମ୍ପାଦନା

'ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧ ଅକ୍ଟୋବର ୧୮୯୮ରେ ଜନ୍ମ ନେଇଥିଲେ ।[୨]ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କଦ୍ୱାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।[୩]ସ୍ୱାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।

ରଚନାବଳୀ ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଶେଷ:ଖୋଜନ୍ତୁଯୁକ୍ତରାଷ୍ଟ୍ର ଆମେରିକାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଗୋପବନ୍ଧୁ ଦାସମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବିଶେଷ:ନଗଦବଦଳଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆସୁଭାଷ ଚନ୍ଦ୍ର ବୋଷପ୍ରଦୀପ କୁମାର ପାଣିଗ୍ରାହୀଓଡ଼ିଆ ଭାଷାମଧୁସୂଦନ ଦାସସାରଳା ଦାସଉପେନ୍ଦ୍ର ଭଞ୍ଜଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରନୃସିଂହ ଚତୁର୍ଦ୍ଦଶୀରାଧାନାଥ ରାୟମହାତ୍ମା ଗାନ୍ଧୀସହଯୋଗ:ବିଷୟବସ୍ତୁସାଲବେଗଉଇକିପିଡ଼ିଆ:ଆମ ସହ ଯୋଗାଯୋଗନିମାଇଁ ଚରଣ ହରିଚନ୍ଦନପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରଜଗନ୍ନାଥwiki.phtmlଲୋକ ସଭାଭାରତଉଇକିପିଡ଼ିଆ:ଜାଣିବା କଥାଉଇକିପିଡ଼ିଆ:ଆଲୋଚନା ସଭାସହଯୋଗ:CS1 errorsଓଡ଼ିଆ ସାହିତ୍ୟଜଗନ୍ନାଥ ଦାସଓଡ଼ିଶାର ଇତିହାସ