ତପୁ ମିଶ୍ର

ଓଡ଼ିଆ କଣ୍ଠଶିଳ୍ପୀ

ତପୁ ମିଶ୍ର (୧୧ ଜାନୁଆରୀ ୧୯୮୫ - ୧୯ ଜୁନ ୨୦୨୧) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଥିଲେ । ସେ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ "ଭଏସ୍ ଅଫ୍ ଓଡ଼ିଶା"ରେ ଗୁଡ୍‌ଲି ରଥ ଏବଂ ପମିଙ୍କ ସହ ଜଣେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କରେ ମଧ୍ୟ ଗୀତ ଗାଇଥିଲେ । ଜଣେ ସ୍ୱାଧୀନ କଳାକାର ଭାବେ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଥିଲେ ।[୧]

ତପୁ ମିଶ୍ର
ଭୁବନେଶ୍ୱରରେ ତପୁ ମିଶ୍ର
ଜନ୍ମ
ଧ୍ରୁତିତପା ମିଶ୍ର

(1985-01-11)୧୧ ଜାନୁଆରୀ ୧୯୮୫
ମୃତ୍ୟୁ୧୯ ଜୁନ ୨୦୨୧(2021-06-19) (ବୟସ ୩୬)
ବୃତ୍ତିପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୧୯୯୯-ଏବେଯାଏଁ
ବୈବାହିକ-ସାଥୀଦୀପକ ପୂଜାରୀ
ପିତାମାତା(s)କ୍ଷେତ୍ରମୋହନ ମିଶ୍ର, ଚାରୁଲତା ମିଶ୍ର
ସମ୍ପର୍କୀୟଦୀପଶିଖା, ଧୃତିଦୀପା (ଭଉଣୀ)

୨୦୨୧ ମସିହା ଜୁନ ୧୯ ତାରିଖରେ କରୋନାରେ ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ଜୀବନୀ ସମ୍ପାଦନା

ପ୍ରାରମ୍ଭିକ ଜୀବନ ସମ୍ପାଦନା

ତପୁ ମିଶ୍ର ଓଡ଼ିଶାର ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅଳ୍ପ ବୟସରେ ଗୀତ ବୋଲା ଶିଖି ଗୀତ ଗାଇବା ଆରମ୍ଭ କରିଥିଲେ ।[୩] ସେ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନରଞ୍ଜନ ମହାପାତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।[୪]

ଶିକ୍ଷା ସମ୍ପାଦନା

ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓ ପରେ ଗାନ୍ଧର୍ବ ମହାବିଦ୍ୟାଳୟରୁ ସଂଗୀତ ଡିଗ୍ରୀ ହାସଲ କରିଥିଲେ ।[୧]

ସଙ୍ଗୀତ ସମ୍ପାଦନା

ତପୁ ମିଶ୍ର ପ୍ରାୟତଃ ଅର୍ଦ୍ଧ-ଶାସ୍ତ୍ରୀୟ, ରୋମାଣ୍ଟିକ ଏବଂ ଆଇଟମ ଗୀତ ବୋଲୁଥିଲେ । ୧୯୯୫ ମସିହାରେ ହିମାଂଶୁ ପରିଜାଙ୍କ ଓଡ଼ିଆ ଚଳଚ୍ଚିତ୍ର କୁଳ ନନ୍ଦନ ଜରିଆରେ ସେ ପ୍ରଥମ କରି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହା ପରେ ସେ ଆଇ ଲଭ୍ ୟୁ ଚଳଚ୍ଚିତ୍ରର ତାଙ୍କ ଗୀତ ନାରେ ନା ବଜାନା ବଂଶୀ ଖ୍ୟାତିଲାଭ କରିଥିଲା । ସେ ୫୦୦ରୁ ଅଧିକ ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ । ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ । ଏକ ସ୍ୱାଧୀନ କଳାକାର ଭାବରେ ସେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଆଲବମ ପ୍ରକାଶ କରିଆସିଥିଲେ ।[୧]

ଅସୁସ୍ଥତା ଓ ମୃତ୍ୟୁ ସମ୍ପାଦନା

ମଇ ୧୯ରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଘରୋଇ କରୋନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ହେବା ପରେ ପୁଣିଥରେ କରୋନା ପରବର୍ତ୍ତୀ ଜଟିଳତା ସୃଷ୍ଟି ହୋଇଥିଲା ଓ ତାଙ୍କର ଅମ୍ଳଜାନ ସ୍ତର ୪୫କୁ ଖସିଯାଇଥିଲା । ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିଲେ ଓ ପରେ ଭେଣ୍ଟିଲେଟରରେ ଥିଲେ । ଚିକିତ୍ସିତ ହେଉଥିବା ସମୟରେ ୨୦୨୧ ମସିହା ଜୁନ ୧୯ ତାରିଖ ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।[୧] ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।[୫]

ଗୀତ ସମ୍ପାଦନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

କଣ୍ଠ ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ତପୁ ମିଶ୍ର ଚାରୋଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲେ ।[୧]

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଭି. କାର୍ତ୍ତିକେୟ ପାଣ୍ଡିଆନଲକ୍ଷ୍ମୀକାନ୍ତ ମହାପାତ୍ରମିଡ଼ିଆଉଇକି:Interwiki-links.jsଫକୀର ମୋହନ ସେନାପତିଘୂର୍ଣ୍ଣିବାତ୍ୟାସାରଳା ଦାସଦ୍ୱିତୀୟ ବିଶ୍ୱଯୁଦ୍ଧବନ୍ଦେ ଉତ୍କଳ ଜନନୀବିଶେଷ:ନଗଦବଦଳଜଗନ୍ନାଥମନମୋହନ ସାମଲମହାନଦୀଜଗନ୍ନାଥ ଦାସମଧୁସୂଦନ ଦାସଭାରତଓଡ଼ିଆ ଭାଷାଗଙ୍ଗାଧର ମେହେରଗୋପବନ୍ଧୁ ଦାସରଥଯାତ୍ରାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଜଗନ୍ନାଥ ମନ୍ଦିରଉଇକିପିଡ଼ିଆଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସ୍ୱାମୀ ବିବେକାନନ୍ଦଉଇକିପିଡ଼ିଆ:ଆମେ ଦାୟୀ ନୋହୁଁସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଚିଲିକା ହ୍ରଦଓଡ଼ିଆ ସାହିତ୍ୟwiki.phtmlମଧୁସୂଦନ ରାଓକୋଣାର୍କ ସୂର୍ଯ୍ୟ ମନ୍ଦିରମନୋଜ ଦାସଉଇକିପିଡ଼ିଆ:ବାବଦରେଅନନ୍ତ ପଟ୍ଟନାୟକଓଡ଼ିଶା