କେଦାରନାଥ ମହାପାତ୍ର

ଐତିହାସିକ, ପ୍ରତ୍ନତତ୍ତ୍ଵ ବିଶାରଦ

କେଦାରନାଥ ମହାପାତ୍ର, ଜଣେ ଓଡ଼ିଆ ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ୱ ବିଶାରଦ ଥିଲେ ।[୨] ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଉପରେ ସେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଚଉଷଠି ଯୋଗିନୀ ମନ୍ଦିରକୁ ଲୋକଲୋଚନକୁ ଆଣିବାର ଶ୍ରେୟ କେଦାରନାଥଙ୍କୁ ହିଁ ଯାଏ ।[୩]

କେଦାରନାଥ ମହାପାତ୍ର
ବିନ୍ଦୁସାଗର ପାଖରେ ଥିବା କେଦାରନାଥ ଗବେଷଣା ପ୍ରତିଷ୍ଠାନ ସମ୍ମୁଖରେ ସ୍ୱର୍ଗତ କେଦାରନାଥ ମହାପାତ୍ରଙ୍କ ପ୍ରତିମୂର୍ତ୍ତି
ଜନ୍ମ
କେଦାରନାଥ ମହାପାତ୍ର

(1911-10-28)୨୮ ଅକ୍ଟୋବର ୧୯୧୧
ମୃତ୍ୟୁ୨୦ ଅପ୍ରେଲ ୧୯୮୧(1981-04-20) (ବୟସ ୬୯)[୧]
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଟକ
ପ୍ରସିଦ୍ଧିଐତିହାସିକ, ପ୍ରତ୍ନତତ୍ତ୍ୱବିତ୍
ବୈବାହିକ-ସାଥୀଯଶୋଦା ଦେବୀ
ପିତାମାତା(s)ଗୋପୀନାଥ ମହାପାତ୍ର (ପିତା), ରାଧିକା ଦେବୀ (ମାତା)

ଜୀବନ ସମ୍ପାଦନା

କେଦାରନାଥ ୧୯୧୧ ମସିହା ଅକ୍ଟୋବର ୨୮ ତାରିଖରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ବାପା ଗୋପୀନାଥ ମହାପାତ୍ର ଓ ମାଆ ରାଧିକା ଦେବୀଙ୍କର ସେ ଥିଲେ ପ୍ରଥମ ସନ୍ତାନ । ଆରମ୍ଭରେ ସେ ଭୁବନେଶ୍ୱରରେ ହିଁ ପାଠ ପଢ଼ିଥିଲେ କିନ୍ତୁ ପରେ ୧୯୨୫ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ସେ ଖୋର୍ଦ୍ଧା ଯାଇଥିଲେ । ସେ ଭୁବନେଶ୍ୱରର ପ୍ରଥମ ସ୍ନାତକ ଅଟନ୍ତି ।

୧୯୩୦ ମସିହାରେ ଯଶୋଦା ଦେବୀଙ୍କ ସହ କେଦାରନାଥଙ୍କ ବିଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମୟକ୍ରମେ ଚାରିଜଣ ପୁଅ ଓ ଜଣେ ଝିଅ ଜାତ ହେଲେ ।[୪]

୧୯୩୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସ ବିଷୟରେ ହନର୍ସ ନେଇ ସ୍ନାତକ ପାସ ହୋଇଥିଲେ । ୧୯୩୫ ମସିହାରେ ସେ ଶିକ୍ଷକଙ୍କ ପାଇଁ ଥିବା ଏକ ଟ୍ରେନିଂ ନେଇଥିଲେ । କଟକସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ ମସିହାରେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଠ ବର୍ଷ ଶିକ୍ଷକତା କରିବା ପରେ, ୧୯୪୩ ମସିହାରେ ସେ କଳାହାଣ୍ଡିଠାରେ ରାଜା ପ୍ରତାପ କେଶରୀ ଦେଓଙ୍କଦ୍ୱାରା ଖୋଲିଥିବା ପ୍ରାଚୀନ ସଂସ୍କୃତି ଗବେଷଣା କେନ୍ଦ୍ରରେ ଯୋଗ ଦେଇଥିଲେ । ଏଠାରୁ ତାଙ୍କର ଗବେଷକ ଜୀବନ ଆରମ୍ଭ ହୋଇଥିଲା । ୧୯୫୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ କାର୍ଯ୍ୟ କରି, ଅନେକ ପ୍ରାଚୀନ ପୋଥି, ମନ୍ଦିର, ଦେବ ପ୍ରତିମା, ଶିଳାଲେଖ ଇତ୍ୟାଦି ଉଦ୍ଧାର କରିଥିଲେ ।[୫] ଗଡ଼ଜାତ ସମ୍ମିଶ୍ରଣ ପରେ, ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ତ୍ୱବିତ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଚଉଷଠି ଯୋଗିନୀ ଭଳି ବହୁ ପୁରାତନ ମନ୍ଦିରକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ଓ ସେଗୁଡିକର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିଥିଲେ ।

୧୯୮୧ ଅପ୍ରେଲ ୨୦ତାରିଖରେ କେଦାରନାଥଙ୍କ ନିଧନ ଘଟିଥିଲା । ବିନ୍ଦୁସାଗର କୂଳରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ତାଙ୍କ ସ୍ମୃତି ବହନ କରି, ପ୍ରତ୍ନତତ୍ତ୍ୱ ଓ ଇତିହାସର ଗବେଷଣା ଦିଗରେ କାର୍ଯ୍ୟ କରୁଛି ।[୬]

ସାହିତ୍ୟକୃତି ସମ୍ପାଦନା

କେଦାରନାଥଙ୍କ ସ୍ମୃତିରେ ପୁରୁଣା ଭୁବନେଶ୍ୱରରେ ବିନ୍ଦୁସାଗର ପାଖରେ ସ୍ଥାପିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ

କେଦାରନାଥ ଓଡ଼ିଆ, ହିନ୍ଦୀଇଂରାଜୀ ଭାଷାରେ ପ୍ରତ୍ନତତ୍ତ୍ୱ, ଇତିହାସ, ଧର୍ମ ଓ ସଂସ୍କୃତି ସମ୍ପର୍କିତ ବହୁ ପ୍ରବନ୍ଧ ଓ ପୁସ୍ତକ ରଚନା କରିଯାଇଛନ୍ତି ।

  • ଖୁରଧା ଇତିହାସ[୭]
  • ଖାରବେଳ
  • ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ[୮]
  • ଶ୍ରୀ ଜଗନ୍ନାଥ ସଂସ୍କୃତିର କ୍ରମବିକାଶ
  • ପୋଥି ଓ ପଥର
  • ଧଉଳି(ତୋଶାଳି)ର ଇତିହାସ
  • The Jagannatha temples in eastern India
  • A descriptive catalogue of Sanskrit manuscripts of Orissa in the collection of the Orissa State Museum
  • Little known aspects of Orissan culture
  • Jyotisha and Gaṇita manuscrits
  • Smṛti manuscrits
  • Purāṇa manuscrits
  • History of Orissa: Bhauma Kings of Orissa[୯]
  • Orissa Culture[୧୦]

କେଦାରନାଥଙ୍କ କାମ ଓ ଅବଦାନ ଉପରେ ରଚିତ ପୁସ୍ତକ

  • ଐତିହାସିକ କେଦାରନାଥ - ନୀଳମଣି ମିଶ୍ର
  • ଐତିହାସିକ କେଦାରନାଥ ମହାପାତ୍ର - ଉଦୟନାଥ ସାହୁ
  • Kedarnath : the historian by Rabinārāẏaṇa Dāśa[୧୧]
  • Souvenir on late K.N. Mahapatra = Kedāranātha-smaraṇikā[୧୨]

ଆଧାର ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଭି. କାର୍ତ୍ତିକେୟ ପାଣ୍ଡିଆନଫକୀର ମୋହନ ସେନାପତିଗଙ୍ଗାଧର ମେହେରଲକ୍ଷ୍ମୀକାନ୍ତ ମହାପାତ୍ରମହାତ୍ମା ଗାନ୍ଧୀସାରଳା ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ଦାସନବୀନ ପଟ୍ଟନାୟକଗୋପବନ୍ଧୁ ଦାସରଜଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଉପେନ୍ଦ୍ର ଭଞ୍ଜମଧୁସୂଦନ ଦାସବିଶେଷ:ନଗଦବଦଳଓଡ଼ିଆ ସାହିତ୍ୟକୋଣାର୍କ ସୂର୍ଯ୍ୟ ମନ୍ଦିରଓଡ଼ିଶାଜଗନ୍ନାଥ ମନ୍ଦିରଜଗନ୍ନାଥଅନନ୍ତ ପଟ୍ଟନାୟକରାଧାନାଥ ରାୟଗୋଦାବରୀଶ ମିଶ୍ରମଧୁସୂଦନ ରାଓଗୋପୀନାଥ ମହାନ୍ତିବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ଆମ ସହ ଯୋଗାଯୋଗସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆବିଜୁ ପଟ୍ଟନାୟକଧର୍ମେନ୍ଦ୍ର ପ୍ରଧାନଓଡ଼ିଆ କବି ମାନଙ୍କର ତାଲିକାରମାକାନ୍ତ ରଥରଥଯାତ୍ରା