କଳାହାଣ୍ଡି ଜିଲ୍ଲା
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
କଳାହାଣ୍ଡି | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କଳାହାଣ୍ଡି |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୫ଟି ଆସନ
|
Area | |
• ଜିଲ୍ଲା | 7,920 km2 (3,060 sq mi) |
Population (୨୦୧୧) | |
• ଜିଲ୍ଲା | ୧୫୭୩୦୫୪ |
• Rank | ଓଡ଼ିଶାରେ ଏକାଦଶ (୧୧/୩୦) |
• Density | 199/km2 (520/sq mi) |
• Urban | ୧୨୧୯୨୪ |
• Rural | ୧୪୫୧୧୩୦ |
• ୬ ବର୍ଷରୁ କମ ଶିଶୁ | ୨୧୪୧୧୧ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୬ xxx |
ଯାନବାହାନ ପଞ୍ଚୀକରଣ | OD-08 |
ଜିଲ୍ଲାପାଳ | ଡ. ଗାଭାଲି ପରାଗ୍ ହର୍ଷଦ |
Website | Official website |
କଳାହାଣ୍ଡି (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) ଓଡ଼ିଶାର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।[୧]
ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।[୨]
ଆଗ କାଳରେ ଏହା ମହାକାନ୍ତର (ଅର୍ଥ ବିଶାଳ ଜଙ୍ଗଲ) ଓ କାରୁଣ୍ଡା ମଣ୍ଡଳ (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ, ଓ ଆଲେକଜାଣ୍ଡ୍ରା ଆଦି ମିଳୁଥିବାର ଜଣାଯାଏ । ମାଣିକେଶ୍ୱରୀ (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।[୩] ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା ।କଳାହାଣ୍ଡିର ପ୍ରଥମ ଗେଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ-ଗଡଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ (ବର୍ତ୍ତମାନର ନୂଆପଡା ଜିଲ୍ଲା)କୁ ମିଶାଇ ଏବଂ ସେଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା । ୧୯୪୮ ମସିହାରେ ଗଡଜାତ ରାଜ୍ୟ ମିଶ୍ରଣ ହେବା ସମୟରେ କଳାହାଣ୍ଡିଗଡ ରାଜ୍ୟ,ପାଟଣାଗଡ ରାଜ୍ୟ ଓ ସୋନପୁରଗଡ ରାଜ୍ୟ ମିଶାଇ କଳାହାଣ୍ଡି ଜିଲ୍ଲା ଗଠିତ ହୋଇଥିଲା ଯାହାର ସଦର ମହକୁମା ବଲାଙ୍ଗିର ଥିଲା । ୧ ନଭେମ୍ବର ମସିହା ୧୯୪୯ରେ ପାଟଣା (ପରବର୍ତ୍ତୀ ସମୟରେ ବଲାଙ୍ଗିର ଜିଲ୍ଲା ), ସୋନପୁର ( ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲା ) କଳାହାଣ୍ଡିରୁ ଅଲଗା ହେଲା ଓ ବଲାଙ୍ଗିର ଜିଲ୍ଲା ଗଠିତ ହେଲା । କଳାହାଣ୍ଡି ଓ ନୂଆପଡାକୁ ମିଶାଇ ଗୋଟିଏ ଜିଲ୍ଲା ହେଲା ଏବଂ ଭବାନୀପାଟଣାକୁ ଏହାର ସଦର ମହକୁମା କରାଗଲା । କାଶୀପୁର ଥାନା ଅଞ୍ଚଳ ସହିତ ଭବାନୀପାଟଣା ମଧ୍ୟରେ କୌଣସି ସିଧା ସଳଖ ଯୋଗାଯୋଗ ନଥିବାରୁ ଏହାଦ୍ୱାରା ପ୍ରଶାସନିକ ଅସୁବିଧା ଅନୁଭୂତ ହେଲା । ୧ ଅଗଷ୍ଟ ୧୯୬୨ରେ କାଶୀପୁର ଥାନା ଅଞ୍ଚଳକୁ କଳାହାଣ୍ଡିରୁ ପୃଥକ କରି କୋରାପୁଟ ସହିତ ମିଶାଗଲା । ପରବର୍ତ୍ତୀ ସମୟରେ ୨୭ ମାର୍ଚ୍ଚ ୧୯୯୩ରେ ନୂଆପଡା ଉପଭାଗ (ଖରିଆ ଜମିଦାରୀ) ଅଲଗା ହୋଇ ନୂଆପଡା ଜିଲ୍ଲା ହେଲା ।
କଳାହାଣ୍ଡି ନାମର ଉତ୍ପତ୍ତି :-
ଓଡ଼ିଆରେ “କଳାହାଣ୍ଡି”ର ଅର୍ଥ ହେଲା କଳା+ ପାତ୍ର (ହାଣ୍ଡି) ଅର୍ଥାତ କଳାରଙ୍ଗର ହାଣ୍ଡି । ଏହି ଜିଲ୍ଲାରେ ମୃତ୍ତିକା କୃଷ୍ଣ-କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା । କୁମ୍ଭାରମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରିକରି ଏହି ଜିଲ୍ଲା, ପଡୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରିଥାନ୍ତି । ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥାଇପାରେ ବୋଲି ଅନୁମେୟ ।
କଳାହାଣ୍ଡି ନାମକରଣ ଉତ୍ପତ୍ତି ବିଷୟରେ କୌଣସି ଅଭିଲେଖ ବା ଦଲିଲ ନାହିଁ । ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା । ଲେଫ୍ଟନାଣ୍ଟ ଏଲ୍ଲିୟଟ ( ଉପ କମିଶନର ରାୟପୁର , ୧୮୫୬)ଙ୍କ ଅନୁସାରେ କଳାହାଣ୍ଡି ନାମ କାରୁଣ୍ଡ ନାମର ଓଡ଼ିଆ ଅପଭ୍ରଂଶ ମାତ୍ର । କଳାହାଣ୍ଡି ନାମରେ କୌଣସି ସ୍ଥାନ କିମ୍ବା ଗ୍ରାମ ନାହିଁ । କୋରାପୁଟ ଓ ବସ୍ତର ଅଞ୍ଚଳରେ ବହୁତ ସ୍ଥାନକୁ ଦୁଇ ପ୍ରକାରରେ ଉଚ୍ଚାରଣ କରାଯାଇଥାଏ । ଯଥା ବସ୍ତରର ଗ୍ରାମ ବକାଊଣ୍ଡ ଓଡ଼ିଆରେ ବକାହାଣ୍ଡି , ବାଜାଊଣ୍ଡକୁ ବଜାହାଣ୍ଡି , ନଲପାଊଣ୍ଡକୁ ନାଲଫାହାଣ୍ଡି ଓ କୁମାରଊଣ୍ଡକୁ କୁମାରହାଣ୍ଡି କୁହାଯାଇଥାଏ । କିନ୍ତୁ ସେ ଯାହା ହେଉନା କାହିଁକି ୧୯୦୫ ପରଠାରୁ ଯେତେବଳେ ଏହି ଅଞ୍ଚଳ ଇଂରେଜ ଶାସିତ ବଙ୍ଗଳା ରାଜ୍ୟଖଣ୍ଡ ସଙ୍ଗେ ମିଶିଲା , ଏହାର ନାମ କଳାହାଣ୍ଡି ଭାବରେ ବ୍ୟବହୃତ ହେଲା ।
ଭୂଗୋଳ
ସମ୍ପାଦନାକଳାହାଣ୍ଡି 20°4′58.8″N 83°12′0″E / 20.083000°N 83.20000°Eରେ ଅବସ୍ଥିତ ।[୪] ଓ ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।
- ଏହାର ଉତ୍ତରରେ: ବଲାଙ୍ଗୀର ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା
- ଦକ୍ଷିଣରେ: ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା
- ପୂର୍ବରେ: ପୁର୍ବରେ କନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଅବସ୍ଥିତ ।
ଜନଗଣନା
ସମ୍ପାଦନା୨୦୧୧ ଜନଗଣନା [୫] ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି [୬]।
- ପୁରୁଷ: ୭,୮୫,୧୭୯
- ମହିଳା: ୭,୮୭,୮୭୫
- ଛ ବର୍ଷରୁ କମ: ୨,୧୪,୧୧୧
- ସାକ୍ଷରତା ହାର ୬୦.୨୨%
- ପୁରୁଷ: ୭୩.୩୪%
- ମହିଳା: ୪୭.୨୭%
ଲୋକକଳା
ସମ୍ପାଦନାକଳାହାଣ୍ଡି ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଇଥାଏ । ଏହି ଶବ୍ଦ ଗୁଡ଼ହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ୱାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ହାବସିପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଇରପଦରର କାଠ କାମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
ଲୋକ ନାଟ
ସମ୍ପାଦନାକଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଉଥିବା ଡାଲଖାଇ, ଜାଇଫୁଲ, ରସରକେଳି, ସଜନୀ ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।[୭] ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା କୋରାପୁଟ ଜିଲ୍ଲାର 'ବୋରିଆ ଗୀତ, ନିଆଳିମାଳି, କଳାକୋଳିକ' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।
ଘୁମୁରା ନୃତ୍ୟ
କଳାହାଣ୍ଡିର ବୀରବାଦ୍ୟ ଘୁମୁରା ଅଟେ ।
*ବଜାସାଲ୍
ଦର୍ଶନୀୟ ସ୍ଥାନ
ସମ୍ପାଦନା- ଫୁରଲିଝରନ
- ଭବାନୀପାଟଣା
- ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ
- ଅସୁରଗଡ଼
- ଧର୍ମଗଡ଼
- ବେଲଖଣ୍ଡି ଶୈବପୀଠ
- କଢେଲ ଜଗନ୍ନାଥ ମନ୍ଦିର
- ରାବଣଧର ଜଳପ୍ରପାତ
- ଜୁନାଗଡ଼
- କର୍ଲାପାଟ୍ ଅଭୟାରଣ
- ଜାକମ୍ କାଠ ବଙ୍ଗଳା
- ଗୋବରଗୋଲା ଜଳପ୍ରପାତ
- ହେଲୋ ପଏଣ୍ଟ
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ B.Mishra, J. Bengal Art, Vol.9&10, 2004-2005, 383-410
- ↑ P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79
- ↑ "ଆର୍କାଇଭ୍ କପି". Archived from the original on 2013-04-20. Retrieved 2011-05-22.
{{cite web}}
: Cite has empty unknown parameter:|1=
(help) - ↑ Orissa District Gazetters, Kalahandi, 2
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation
ଅଧିକ ତଥ୍ୟ
ସମ୍ପାଦନା- Official website
- Map of Kalahandi
- Indravati Project Archived 2006-08-21 at the Wayback Machine.