ହରିଡ଼ା

ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଏହା ସାତ ପ୍ରକାରର ହୋଇଥାଏ - ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ।

ହରିଡ଼ା
A leafless T. Chebula tree
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ବିଭାଗ:Magnoliophyta
ବର୍ଗ:Magnoliopsida
ଗଣ:Myrtales
କୁଳ:Combretaceae
ପ୍ରଜାତି:Terminalia
ଜାତି:T. chebula
ବାଇନୋମିଆଲ ନାମ
Terminalia chebula

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ଏହା ତିକ୍ତ, କଟୁ, ଅମ୍ଳ, ମଧୁର ଓ କଷାୟ ରସ, ଉଷ୍ଣବୀର୍ଯ୍ୟ, ମେଧାଜନକ, ରସାୟନ, ଚକ୍ଷୁ ହିତକର, ଆୟୁବୃଦ୍ଧିକର, ଅଗ୍ନୀଦୀପ୍ତକ ଓ ପାଚକ। ବାୟୁ, ଶୂଳ, ମଳବୃଦ୍ଧି, ଗୁଳ୍ମ, କାମଳ, ହୃଦୟରୋଗ, ବ୍ରଣ, କୁଷ୍ଠ, କୃମି, ଜ୍ୱର, ଶୋଥ, ଯକୃତ, ପ୍ଳୀହା, କଣ୍ଡୁ, ଅଜୀର୍ଣ, ଦାନ୍ତମୂଳପୀଡ଼ା, ମୁତ୍ରକୃଚ୍ଛ୍ର, ଅଶ୍ମରୀ, ଉପଦଂଶ, ମସ୍ତକ, ଭ୍ରମ, କଫ, ପିତ୍ତ, ଓ ବାତ ଆଦି ନାନା ପ୍ରକାର ରୋଗ ବିନାଶକ ଅଟେ।

ଅନ୍ୟାନ୍ୟ ଭାଷାରେ ନାମ ସମ୍ପାଦନା

ଓଡ଼ିଆରେ ହରିଡା,
ବଙ୍ଗଳାରେ ହରିତକି,
ହିଂଦିରେ ହର, ଛୋଟିହରଡ,
ତେଲୁଗୁରେ କରକଚେଟ୍ଟୁ, ଅପିଚେଟ୍ଟୁ ,
ସଂସ୍କୃତରେ ଶିବା, ଶ୍ରେୟସି, ହରିତକି, ପଥ୍ୟା, ଅବ୍ୟଥା ଓ ହେମବତୀ କୁହାଯାଏ।

ବ୍ୟବହାର ସମ୍ପାଦନା

ଏହାର ମଂଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ। ଏହା ପେଟରୋଗପାଇଁ ଅତି ଗୁଣକାରୀ ହୋଇଥିବାରୁ କୁହାଯାଏ, ଯସ୍ୟମାତା ଗୃହେ ନାସ୍ତି ତସ୍ୟମାତା ହରିତକୀ - ଯା’ର ମା’ ଘରେ ନାହାନ୍ତି, ତା’ର ମା’ ହେଉଛି ହରିଡ଼ା। ଆଉ ମଧ୍ୟ କୁହାଯାଏ, କଦାଚିତ୍ କୁପ୍ୟତେ ମାତା, ନୋଦରସ୍ଥା ହରିତକୀ - ମା’ କେବେ କେମିତି ରାଗି ପାରନ୍ତି, କିନ୍ତୁ ହରିଡ଼ା ପେଟକୁ କେବେ କଷ୍ଟପ୍ରଦ ହୁଏନା।

ତ୍ରିଫଳାର ତିନୋଟି ଔଷଧି ଭିତରୁ ଏହା ଗୋଟିଏ।

ସତର୍କତା ସମ୍ପାଦନା

ଦୁର୍ବଳ, କ୍ଷୀଣକାୟ, ଉପବାସୀ, ପିତ୍ତପ୍ରଧାନ ବ୍ୟକ୍ତି, ଗର୍ଭବତୀ, ପଥକ୍ଳାନ୍ତ ବ୍ୟକ୍ତି ଓ କ୍ଷୟରୋଗୀ ପକ୍ଷରେ ହରିଡା ସେବନ ନିଷିଦ୍ଧ।

ହରିଡ଼ା

ଆଧାର ସମ୍ପାଦନା

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

ବାହାର ତଥ୍ୟ ସମ୍ପାଦନା

  • Haritaki In Ayurveda Archived 2009-05-21 at the Wayback Machine.
  • Caldecott, Todd (2006). Ayurveda: The Divine Science of Life. Elsevier/Mosby. ISBN 0-7234-3410-7. Contains a detailed monograph on Terminalia chebula(Haritaki; Abhaya) as well as a discussion of health benefits and usage in clinical practice. Available online at http://www.toddcaldecott.com/index.php/herbs/learning-herbs/361-haritaki Archived 2013-12-03 at the Wayback Machine.
🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାମିଡ଼ିଆଉଇକି:Interwiki-links.js୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣବିଶେଷ:ଖୋଜନ୍ତୁଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଗଙ୍ଗାଧର ମେହେରଜଗନ୍ନାଥ ଦାସଉଦୟନାଥ ଷଡ଼ଙ୍ଗୀଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରଜଗନ୍ନାଥରବୀନ୍ଦ୍ରନାଥ ଠାକୁରଗୋପବନ୍ଧୁ ଦାସଓଡ଼ିଶାଛାଞ୍ଚ:Cite bookବନ୍ଦେ ଉତ୍କଳ ଜନନୀସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମନମୋହନ ସାମଲdeouuଉଇକିପିଡ଼ିଆଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଓଡ଼ିଆ ସାହିତ୍ୟମହାତ୍ମା ଗାନ୍ଧୀବିଶେଷ:ନଗଦବଦଳଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଭାରତରାଧାନାଥ ରାୟସାରଳା ଦାସମଧୁସୂଦନ ରାଓମାୟାଧର ମାନସିଂହରଥଯାତ୍ରାଶାନ୍ତନୁ କୁମାର ଆଚାର୍ଯ୍ୟନୀଳକଣ୍ଠ ଦାସfyjg7ପ୍ରଶାନ୍ତ କୁମାର ଜଗଦେବଓଡ଼ିଆ କଥାଚିତ୍ର ଜଗତଗୋପୀନାଥ ମହାନ୍ତି