ଶଙ୍ଖପୁଷ୍ପୀ

ଶଙ୍ଖପୁଷ୍ପୀ ଏକ କ୍ଷୁଦ୍ର ଲତା ଜାତୀୟ ଉଦ୍ଭିଦ ଯାହା ମାଟିରେ ମାଡିଥାଏ । ଧଳା, ନାଲି ଓ ନୀଳ ଭେଦରେ ଫୁଲର ରଙ୍ଗକୁ ନେଇ ଏହା ତିନିପ୍ରକାରର । ଏହାର ଫୁଲ ଅର୍ଧ ଶଙ୍ଖ ପରି ଦିଶୁଥିବାରୁ ଏହାକୁ ଶଙ୍ଖପୁଷ୍ପୀ କୁହାଯାଏ । ଏହାର ପତ୍ରଗୁଡିକ ଅତି ଛୋଟ ଛୋଟ ହୋଇଥାଏ। କେହି କେହି ମଦନମସ୍ତକ ଗଛକୁ ଶଙ୍ଖପୁଷ୍ପୀ ବୋଲି କହିଥାନ୍ତି, କିନ୍ତୁ ପ୍ରକୃତରେ ଏ ଦୁଇଟି ଭିନ୍ନ ଭିନ୍ନ ।

ଶଙ୍ଖପୁଷ୍ପୀ
Canscora diffusa from a riverbed in South East Burkina Faso
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଗଣ:Gentianales
କୁଳ:Gentianaceae
ପ୍ରଜାତି:Canscora
(Roth) Wall.
Species

Canscora alata
Canscora andrographioides
Canscora carinata
Canscora concanensis
Canscora decurrens
Canscora decussata
Canscora diffusa

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ସମ୍ପାଦନା

ପ୍ରାଦେଶିକ ଭାଷାନାମ
ଓଡ଼ିଆଶଙ୍ଖପୁଷ୍ପୀ
ସଂସ୍କୃତଶଙ୍ଖହ୍ୱା, ଶଙ୍ଖପୁଷ୍ପୀ, ମାଙ୍ଗଲ୍ୟ କୁସୁମା ଓ ଶୁଭପ୍ରଦା
ତେଲୁଗୁଶଙ୍ଖାନାଚେଟ୍ଟୁ, ଶଙ୍ଖୀଚେଟ୍ଟୁ
ବଙ୍ଗଳାଡାନ୍ କୁନି, ଶଙ୍ଖୀନା, ଶଙ୍କାହୁଲି
ହିନ୍ଦୀକୌହିୟାଲି, ଶଙ୍ଖହୁଲୀ

ଶାସ୍ତ୍ରୋକ୍ତ ଗୁଣ ସମ୍ପାଦନା

ଏହା ତିକ୍ତ କଟୁମିଶ୍ରିତ ରସ, ଉଷ୍ଣବୀର୍ଯ୍ୟ, ବଳକର, କାନ୍ତି ବୃଦ୍ଧି କାରକ, ମେଧା, ସ୍ମୃତିଶକ୍ତି, ଅଗ୍ନି ବୃଦ୍ଧି କାରକ, ସ୍ୱର ପରିସ୍କାରକ, ଶୁକ୍ରବର୍ଧକ, ଗର୍ଭୋଦୟକାରୀ, ମସ୍ତିସ୍କ ସ୍ଥିରତା ଦାୟକ, ତ୍ରିଦୋଷ ବିନାଶକ, ରକ୍ତ, କୃମି, ମାନସିକ ବିକାର ଓ ଅମଙ୍ଗଳ ନାଶକ ଅଟେ ।

ବ୍ୟବହାର ସମ୍ପାଦନା

ଏହାର ସର୍ବାଙ୍ଗ ଔଷଧି ରୂପେ ବ୍ୟବହାର କରାଯାଏ । ସ୍ମରଣଶକ୍ତି ବୃଦ୍ଧି, ପାଗଳାମି, ଭଗନ୍ଦର, ପ୍ରହେମ, କୁଷ୍ଠ, ବସନ୍ତ, ବନ୍ଧ୍ୟାଦୋଷ, ଅନିୟମିତ ଋତୁ ଓ ପ୍ରଦର, ଶୁକ୍ରଦୋଷ ଆଦିରେ ଏହାର ବହୁଳ ବ୍ୟବହାର କରାଯାଏ। ଏହାକୁ ବ୍ରାହ୍ମୀ ସହିତ ମିଶାଇ ସେବନ କଲେ ସ୍ମରଣ ଶକ୍ତି ବୃଦ୍ଧିପାଏ । ଏହା ମଙ୍ଗଳକାରକ ବୋଲି ସାଧାରଣ ମାନ୍ୟତା ପ୍ରଚଳିତ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାମିଡ଼ିଆଉଇକି:Interwiki-links.js୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣବିଶେଷ:ଖୋଜନ୍ତୁଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଗଙ୍ଗାଧର ମେହେରଜଗନ୍ନାଥ ଦାସଉଦୟନାଥ ଷଡ଼ଙ୍ଗୀଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରଜଗନ୍ନାଥରବୀନ୍ଦ୍ରନାଥ ଠାକୁରଗୋପବନ୍ଧୁ ଦାସଓଡ଼ିଶାଛାଞ୍ଚ:Cite bookବନ୍ଦେ ଉତ୍କଳ ଜନନୀସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିମନମୋହନ ସାମଲdeouuଉଇକିପିଡ଼ିଆଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଓଡ଼ିଆ ସାହିତ୍ୟମହାତ୍ମା ଗାନ୍ଧୀବିଶେଷ:ନଗଦବଦଳଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଭାରତରାଧାନାଥ ରାୟସାରଳା ଦାସମଧୁସୂଦନ ରାଓମାୟାଧର ମାନସିଂହରଥଯାତ୍ରାଶାନ୍ତନୁ କୁମାର ଆଚାର୍ଯ୍ୟନୀଳକଣ୍ଠ ଦାସfyjg7ପ୍ରଶାନ୍ତ କୁମାର ଜଗଦେବଓଡ଼ିଆ କଥାଚିତ୍ର ଜଗତଗୋପୀନାଥ ମହାନ୍ତି