ରାଉରକେଲା
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ରାଉରକେଲା | |
---|---|
![]() Anticlockwise from top left: Hanuman Vatika, National Institute of Technology, Rourkela, Rourkela Steel Plant, Banja Bhawan and Entrance Highway to Rourkela Main City. | |
ଦେଶ | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୁନ୍ଦରଗଡ଼ |
ସ୍ଥାପିତ | ୧୯୫୪ |
Government | |
• Type | ଗଣତନ୍ତ୍ର |
• Body | ମହାନଗର ନିଗମ |
Elevation | 216 m (709 ft) |
Population (2011) | |
• ମହାନଗର | ୪,୮୩,୦୩୮ |
• Density | 6,696/km2 (17,340/sq mi) |
• Metro | ୫,୩୬,୪୫୦[୧][୨] |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (IST) |
PIN | ୭୬୯୦୦୧-୭୬୯xxx |
ଟେଲିଫୋନ କୋଡ଼ | ୦୬୬୧ |
ଯାନବାହାନ ପଞ୍ଚୀକରଣ | OR-14/ OD-14 |
ରାଉରକେଲା pronunciation (help·info) ଭାରତର ଓଡ଼ିଶା ରାଜ୍ୟର ଉତ୍ତରରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀଠାରୁ 340 kilometres (211 mi) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ୱିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀଦ୍ୱାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟ ଅବସ୍ଥିତ ।
ନାମକରଣ
ସମ୍ପାଦନା"ରାଉରକେଲା" ନାମଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଛି । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା । ରାଉଅରକେଲାଠାରେ ଜର୍ମାନୀ ସହବନ୍ଧନରେ ଇସ୍ପାତ କାରଖାନା ତିଆରି କରାଯାଇଥିଲା । ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତିଦ୍ୱାରା କୁହାଯାଉଥିବା ସାଦ୍ରି ଭାଷାରେ କେଲାର ଅର୍ଥ ଗାଆଁ [୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଉରକେଲା ସହରର ମୋଟ ଜନସଂଖ୍ୟା ୫,୫୨,୨୩୯ । ଏହା ମଧ୍ୟରେ ବର୍ତ୍ତମାନର ରାଉରକେଲା ମାହନଗର ନିଗମ ଏବଂ ରାଉରକେଲା ଇସ୍ପାତ ସହରାଞ୍ଚଳର ଜନସଂଖ୍ୟା ମିଶିକରି ରହିଛି।[୪][୫] ସେଥି ମଧ୍ୟରୁ ୫୩.୮୯% ଜଣ ପରୁଷ ହୋଇଥିବା ବେଳେ ୪୬.୧୧% ଜଣ ନାରୀ ଅଟନ୍ତି । ରାଉରକେଲାର ସାକ୍ଷରତା ହାର ୭୫.୨୪% । ଏହା ଜାତୀୟ ହାରଠାରୁ ୧୦.୪୦% ପ୍ରତିଶତ ଅଧିକ । ସେଥିରୁ ୪୩.୫୭% ପ୍ରତିଶତ ପୁରୁଷ ଓ ୩୧.୬୮% ନାରୀ ଅଟନ୍ତି । ୧୧.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।
ଭାଷା
ସମ୍ପାଦନାଓଡ଼ିଆ ରାଉରକେଲାର ସରକାରୀ ଭାଷା ।
- ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମୁଖ୍ୟ ଭାଷା ସାଦ୍ ରି ।
ପର୍ଯ୍ୟଟନ
ସମ୍ପାଦନାରାଉରକେଲା ସହରଠାରୁ ବେଦବ୍ୟାସର ଦୂରତା ମାତ୍ର ୯କି.ମି., ବେଦବ୍ୟାସକୁ ଯିବାକୁ ହେଲେ ନାଗପୁର କଲିକତା ରେଳ ଲାଇନର ପାନପୋଷ ଷ୍ଟେସନଠାରୁ ଏକ ମାଇଲ ଉତ୍ତର ଦିଗକୁ ଗଲେ ବେଦବ୍ୟାସରେ ପହଞ୍ଚି ହୁଏ । ଏଠାରେ ଏକ ସଙ୍ଗମ ସ୍ଥଳୀ ରହିଛି, ଏଠାରେ ଶଙ୍ଖ ଓ କୋଏଲ ନଦୀ ସହ ସରସ୍ୱତୀ କୁଣ୍ଡରୁ ବାହାରି ଥିବା ଝରଣାର ସମାହାରରେ ସୃଷ୍ଟି ହୋଇଛି ନୂତନ ନଦୀ ବ୍ରାହ୍ମଣୀ ।ଦେଶର ବୃହତ୍ତମ ସଙ୍ଗମ ଭାବେ ପରିଗଣିତ ଆହ୍ଲାବାଦଠାରେ ଗଙ୍ଗା, ଯମୁନା ସହିତ ଅଦୃଶ୍ୟ ସରସ୍ୱତୀର ସଙ୍ଗମ ପରେ କେବଳ ଗଙ୍ଗା ନଦୀ ଆଗକୁ ବହି ଯାଇଥିବା ବେଳେ ବେଦବ୍ୟାସ ସଙ୍ଗମରୁ ଆଉ ଏକ ନୂତନ ନଦୀ ଉତ୍ପନ୍ନ ହୋଇଛି । ଆହ୍ଲାବାଦଠାରେ ସରସ୍ୱତୀ ନଦୀ ଦୃଶ୍ୟମାନ ହେଉନଥିବା ବେଳେ ବେଦବ୍ୟାସରେ ରହିଛି ସୁଦୃଶ୍ୟ ସରସ୍ୱତୀ କୁଣ୍ଡ ଓ ସରସ୍ୱତୀ ମନ୍ଦିର । ପାତାଳୀ ଝରଣାର ପାଣି ସରସ୍ୱତୀ କୁଣ୍ଡରୁ ନିର୍ଗତ ସଙ୍ଗମସ୍ଥଳୀରେ ମିଶୁଛି ।
ବେଦବ୍ୟାସରେ ଥିବା ଗୁମ୍ଫାରେ ଆଜି ବି ମହାମୁନି ବେଦବ୍ୟାସଙ୍କର ଆଶାବାଡ଼ି ଓ କଠଉ ସଂରକ୍ଷିତ ହୋଇ ରହିଛି । ଶଙ୍ଖ ଓ କୋଏଲ ନଦୀର ସଙ୍ଗମସ୍ଥଳରେ ପରାଶର ଘୁଟୁକୁରା ନାମକ ଏକ ପାହାଡ଼ ଦେଖିବାକୁ ମିଳେ । ସେହି ପାହାଡ଼ ଶୀର୍ଷରେ ଏକ ଶିବମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ପାହାଡ଼ର ପଶ୍ଚିମ ପାଦ ଦେଶରେ ସାସ୍ୱତୀ କୁଣ୍ଡ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଥାଏ । ପରାଶର ଘୁଟୁକୁରା ପାହାଡ଼ର ପାଦଦେଶରେ ଶିବଙ୍କର ଏକ ସୁଦୃଶ୍ୟ ମନ୍ଦିର ଦେଖିବାକୁ ମିଳେ । ପ୍ରଥମେ ଏହି ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା । ବନ୍ୟା ସମୟରେ ଏହି ମନ୍ଦିର ଜଳମଗ୍ନ ହେଇଯାଉଥିବାରୁ ପରବର୍ତ୍ତୀ ସମୟରେ ପାହାଡ଼ର ଶୀର୍ଷଦେଶରେ ମନ୍ଦିରଟିଏ ନିର୍ମାଣ କରାଯାଇଛି । ଏହାବ୍ୟତୀତ କୋଏଲ ନଦୀ କୂଳରେ ଗୌତମୀ ଘୁଟୁକୁରା ପାହାଡ଼କୁ ବହୁ ପର୍ଯ୍ୟଟକ ଭ୍ରମଣ ଉଦ୍ଦେଶ୍ୟରେ ଆସିଥାନ୍ତି । [୬]
ଆଧାର
ସମ୍ପାଦନା- ↑ http://www.censusindia.gov.in/pca/SearchDetails.aspx?Id=403367
- ↑ http://www.censusindia.gov.in/pca/SearchDetails.aspx?Id=403413
- ↑ Rourkela Reader, see "Rourkela from 1921 to 2005"
- ↑ "Census of India: Search Details - Rourkela (M)". Retrieved 31 January 2016.
- ↑ "Census of India: Search Details - Rourkela (ITS)". Retrieved 31 January 2016.
- ↑ ସଂଚାର, ପୃଷ୍ଠା-୨, ଗୁରୁବାର ୨୪ ଜୁଲାଇ ୨୦୧୩