ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଆ ରାଜନୀତିଜ୍ଞ

ବିଶ୍ୱଭୂଷଣ ହରିଚନ୍ଦନ (ଜନ୍ମ: ୩ ଅଗଷ୍ଟ ୧୯୩୪), ଭାରତୀୟ ଜନତା ପାର୍ଟିର ଜଣେ ନେତା ।[୨] ସେ ୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ ।[୩] ସକ୍ରିୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୪]

ବିଶ୍ୱ ଭୂଷଣ ହରିଚନ୍ଦନ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀରଘୁନାଥ ରାୟ
ପର ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୬ ନଭେମ୍ବର ୧୯୯୪
ପୂର୍ବ ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ପର ଅଧିକାରୀଦେବେନ୍ଦ୍ର ନାଥ ମାନସିଂହ
ନିର୍ବାଚନ ମଣ୍ଡଳୀଚିଲିକା
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୩ ଅକ୍ଟୋବର ୧୯୯୬ – ୨୦୦୯
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1934-08-03) ୩ ଅଗଷ୍ଟ ୧୯୩୪ (ବୟସ ୮୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀସୁପ୍ରଭା ହରିଚନ୍ଦନ
ସନ୍ତାନପୃଥ୍ୱୀରାଜ ହରିଚନ୍ଦନ
ବାପା/ବୋଉପର୍ଶୁରାମ ହରିଚନ୍ଦନ (ବାପା)
ପଦ୍ମାଳୟା ରାୟସିଂହ (ମାଆ)[୧]
ସମ୍ପର୍କୀୟନୀଳାଦ୍ରି ଭୂଷଣ ହରିଚନ୍ଦନ (ସାନ ଭାଇ)
ଶିକ୍ଷାସ୍ନାତକ(କଳା ଓ ଆଇନ)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ବିଶ୍ୱ ଭୂଷଣ ହରିଚନ୍ଦନ ୧୯୩୪ ମସିହାର ଅଗଷ୍ଟ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ବାପାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଏବଂ ପତ୍ନୀଙ୍କ ନାମ ସୁପ୍ରଭା ହରିଚନ୍ଦନ ।[୫] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୫] ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଜଣେ ରାଜନେତା ଭାରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୬]

ରାଜନୈତିକ ଜୀବନ

ସମ୍ପାଦନା

ବିଶ୍ୱଭୂଷଣ, ୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ। ସେ ଭାରତୀୟ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ମିସା ଆଇନ ବଳରେ ଗିରଫ ହୋଇ ସେ ଜେଲ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୭] ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ଯୋଗ ଦେଇଥିଲେ କିନ୍ତୁ ୧୯୯୬ ଏପ୍ରିଲ ମାସରେ ପୁଣି ବିଜେପିକୁ ଫେରିଥିଲେ । ସେ ଚିଲିକା ଓ ଭୁବନେଶ୍ୱରରୁ ୫ ଥର ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୮] ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି । ୧୯୭୭ରେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେ ରାଜସ୍ୱ ଆଇନ, ଶିଳ୍ପ, ଖାଦ୍ୟ ଯୋଗାଣ, ସଂସ୍କୃତି, ପର୍ଯ୍ୟଟନ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

୧୯୭୭, ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ସେ ୧୯୯୬ ମସିହାରେ ହୋଇଥିବା ଉପନିର୍ବାଚନରେ ସେ ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ସେ ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭୁନବେଶ୍ୱରରୁ ଯଥାକ୍ରମେ ୧୨ଶ ଓ ୧୩ଶ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ସାହିତ୍ୟ ସର୍ଜନା

ସମ୍ପାଦନା

ହରିଚନ୍ଦନ ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି ଓ ନିଜ ଆତ୍ମଜୀବନୀ ସମେତ ଅନ୍ୟ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

  • ମାତୃଭାଷା
  • ଶେଷ ଝଲକ
  • ରାଣାପ୍ରତାପ
  • ଅସ୍ତଶିଖା
  • ମାନସୀ
  • ସଂଗ୍ରାମ ସରି ନାହିଁ (ଆତ୍ମଜୀବନୀ)[୯]

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୧୦]
  • କଳିଙ୍ଗ ରତ୍ନ ସମ୍ମାନ - ୨୦୨୧ ( ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ )[୧୧]
🔥 Top keywords: ଦେବସ୍ନାନ ପୂର୍ଣ୍ଣିମାପ୍ରଧାନ ପୃଷ୍ଠାମୋହନ ଚରଣ ମାଝୀସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁଜଗନ୍ନାଥଜୟ ଜଗନ୍ନାଥଗଜାନନ ବେଶଜଗନ୍ନାଥ ମନ୍ଦିରଉଇକିପିଡ଼ିଆ:Shortcutଅଣସରଫକୀର ମୋହନ ସେନାପତିରାଧାନାଥ ରାୟଭି. କାର୍ତ୍ତିକେୟ ପାଣ୍ଡିଆନଜଗନ୍ନାଥ ଦାସଗଙ୍ଗାଧର ମେହେରରଥଯାତ୍ରାଦ୍ୱିତୀୟ ବିଶ୍ୱଯୁଦ୍ଧଦିବ୍ୟସିଂହ ଦେବମଧୁସୂଦନ ରାଓସାରଳା ଦାସଓଡ଼ିଆ ସାହିତ୍ୟସୁରେନ୍ଦ୍ର ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଲକ୍ଷ୍ମୀକାନ୍ତ ମହାପାତ୍ରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋପୀନାଥ ମହାନ୍ତିଜଗନ୍ନାଥଙ୍କ ବେଶଓଡ଼ିଆ ଭାଷାଗଣେଶ୍ୱର ବେହେରାମହାତ୍ମା ଗାନ୍ଧୀବ୍ୟବହାରକାରୀ:Ssgapu22/ସମ୍ପାଦିତ କାର୍ଯ୍ୟବ୍ୟବହାରକାରୀ:Ssgapu22/ତାଲିକା/ଓଡ଼ିଆ ବିଧାୟକବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଗୋପବନ୍ଧୁ ଦାସମଧୁସୂଦନ ଦାସନମିତା ଅଗ୍ରୱାଲଗୋଦାବରୀଶ ମିଶ୍ର