କାର୍ତ୍ତିକେୟ

ହିନ୍ଦୁ ଦେବତା

ପୁରାଣାନ୍ତର ମତରେ ଅଗ୍ନିଦେବ ସପ୍ତର୍ଷିମାନଙ୍କ ଭାର୍ଯ୍ୟାମାନଙ୍କ ରୂପରେ ମୋହିତ ହେବାର ଜାଣି ପାରି ତାଙ୍କ ସ୍ତ୍ରୀ ସ୍ୱାହାଦେବୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ଛଅ ଜଣ ଋଷିପତ୍ନୀଙ୍କ ରୂପ ଛଅଥର ଧାରଣ କରି ଅଗ୍ନିଙ୍କ ସହିତ ଛଥର ବିହାର କଲେ ଓ ଅଗ୍ନିଙ୍କ ବୀର୍ଯ୍ୟ କାଞ୍ଚନ କୁଣ୍ଡରେ ପଡ଼ିବାରୁ ସେହି ତେଜୋମୟ ରେତରୁ କାର୍ତ୍ତିକେୟ ଜନ୍ମିଲେ ।

କାର୍ତ୍ତିକେୟ
ନିଆଳୀର ଶୋଭନେଶ୍ୱର ମହାଦେବ ମନ୍ଦିରରେ ପାର୍ଶ୍ୱଦେବତା ରୂପେ ବିରାଜିତ କାର୍ତ୍ତିକେୟଙ୍କ କଳାମୁଗୁନି ପଥର ବିଗ୍ରହ । ଉତ୍କଳୀୟ ଶୈଳୀରେ କାର୍ତ୍ତିକେୟଙ୍କୁ ଏହି ରୂପେ ଚିତ୍ରିତ କରାଯାଏ । ହାତରେ ଧରିଥିବା କୁକୁଡ଼ା ତାଙ୍କ ବୀର୍ଯ୍ୟର ଚିହ୍ନ ।
ଯୁଦ୍ଧ ଓ ବିଜୟର ଦେବତା
ଉପାଧିଦେବତା
ସାଥିଦେବସେନା ଓ ବଲ୍ଲୀ
ବାହନମୟୂର
କେନ୍ଦୁସାହିର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରରେ ପାର୍ଶ୍ୱଦେବତା ରୂପେ ବିରାଜିତ କାର୍ତ୍ତିକେୟଙ୍କ କଳାମୁଗୁନି ପଥର ବିଗ୍ରହ । ଉତ୍କଳୀୟ ଶୈଳୀରେ କାର୍ତ୍ତିକେୟଙ୍କୁ ଏହି ରୂପେ ଚିତ୍ରିତ କରାଯାଏ ତାଙ୍କର ଦକ୍ଷିଣ ହସ୍ତରେ ତ୍ରିଶୂଳ ଓ ବାମ ହାତରେ ତୀର ରହିଥାଏ । ହାତରେ ଧରିଥିବା କୁକୁଡ଼ା ତାଙ୍କ ବୀର୍ଯ୍ୟର ଚିହ୍ନ ।

ପୌରାଣିକ ସମ୍ପାଦନା

ପୁରାଣମତେ ମହାଦେବ ପାର୍ବତୀଙ୍କୁ ସହବାସ କରିବା ସମୟରେ ଅଗ୍ନି କପୋତରୂପ ଧାରଣ କରି ଲୁଚି ରହିଥିଲେ । ମହାଦେବଙ୍କ ରେତ ସ୍ଖଳିତ ହେବାରୁ ପାର୍ବତୀ ସେହି ଉଗ୍ରତେଜଃସମ୍ପନ୍ନ ତେଗଃକୁ ଗର୍ଭରେ ଧାରଣ କରିବାକୁ ଅସମର୍ଥ ହେବାରୁ ତାହା ଅଗ୍ନିଙ୍କ ଉପରେ ପତିତ ହେଲା । ଅଗ୍ନି ତାହା ସମ୍ଭାଳି ନ ପାରି ସ୍ୱର୍ଗଗଙ୍ଗାରେ ପକାଇଲେ । ଗଙ୍ଗା ତାହାକୁ ସମ୍ଭାଳି ନପାରି ଶରବଣରେ ପକାଇଲେ । ସେହି ସମୟରେ କୃତ୍ତିକାଦି ଛଅ ଜଣ ଋଷିପତ୍ନୀ ଗଙ୍ଗାକୁ ଗାଧୋଇବାକୁ ଆସୁ ଆସୁ ଉକ୍ତ ରେତକୁ ଦେଖି ଯତ୍ନପୂର୍ବକ ରଖିବାରୁ ସେଥିରୁ ଛଅଟି ମୁଖଯୁକ୍ତ ଗୋଟିଏ କୁମାର ଜାତ ହୋଇ ଛଅ ମାଆଙ୍କଠାରୁ ସ୍ତନ୍ୟ ପିଇଲେ । କାର୍ତ୍ତିକେୟ କୁମାରବ୍ରତଧାରୀ ଥିଲେ । ଏହାଙ୍କର ଅନ୍ୟନାମ ଗଙ୍ଗାପୁତ୍ର, ସ୍କନ୍ଧ, କୁମାର, ଶରଜନ୍ମା, କ୍ରୌଞ୍ଚଦାରଣ, ଷଣୁଖ, ଷଡ଼ାନନ, ସେନାନୀ, ତାରକଜିତ୍, ଅଗ୍ନିକୁମାର, ଅଗ୍ନିଭୁ, ଗୁହ । ଏହାଙ୍କ ବାହାନ ମୟୂର । ଏ ଶରଦ୍ୱାରା କ୍ରୌଞ୍ଚ ପର୍ବତକୁ ବିଦ୍ଧ କରିଥିଲେ । ଏ ଦେବସେନାଙ୍କ ସେନାପତି ହୋଇ ତାରକାସୁରଙ୍କୁ ଯୁଦ୍ଧରେ ବଧ କରିଥିଲେ ।

ବାହନ ସମ୍ପାଦନା

କାର୍ତ୍ତିକେୟଙ୍କର ବାହାନ ହେଉଛି ମୟୂର । ତାରକାସୁରର ବିନାଶ ପାଇଁ ତାଙ୍କୁ ଯେତେବେଳେ ବିଭିନ୍ନ ଦେବଦେବୀ ବିଭିନ୍ନ ଆୟୁଧ ଓ ଭୂଷଣ ଦାନ କରୁଥିଲେ, ସେତିକି ବେଳେ ଗରୁଡ଼ ନିଜର ପୁତ୍ର ମୟୁରଙ୍କୁ ତାଙ୍କୁ ଦାନ କରିଥିଲେ । ସେହି ଗରୁଡ଼ ପୁତ୍ର ମୟୁର ହେଲେ କାର୍ତ୍ତିକେୟଙ୍କ ବାହନ ।ଅନ୍ୟ ଏକ ପୌରାଣିକ ଉପାଖ୍ୟାନ ଅନୁସାରେ, ଦକ୍ଷିଣ ଭାରତର ମୟୁରପୁର ପର୍ବତଠାରେ କାର୍ତ୍ତିକେୟ ତାରକାସୁରକୁ ବିନାଶ କରିଥିଲେ ଏବଂ ତାରକାସୁର ଏକ ମୟୂର ରୂପରେ ପୁନର୍ଜନ୍ମ ନେଇଥିଲା । ସ୍କନ୍ଧପୁରାଣର ବୀରମହେନ୍ଦ୍ର କାଣ୍ଡ ଅନୁସାରେ, ମୟୂର ଏକ ଅସୁର । ସେ କାର୍ତ୍ତିକେୟଙ୍କ ସହ ଯୁଦ୍ଧ କରିଥିଲା । ମହାଭାରତ ଆଦିପର୍ବର ୬୫ ଅଧ୍ୟାୟ ଅନୁସାରେ, ମୃତ୍ୟୁ ପରେ ମୟୂର ବିଶ୍ୱ ନାମକ ଏକ ରାଜା ରୂପେ ପୁନର୍ଜନ୍ମ ଗ୍ରହଣ କରିଥିଲା ।

ଆଧାର ସମ୍ପାଦନା

ଅଧିକ ତଥ୍ୟ ସମ୍ପାଦନା


🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲବିଶେଷ:ଖୋଜନ୍ତୁIndian General Election, 2019ଓଡ଼ିଆ ଭାଷାଭି. କାର୍ତ୍ତିକେୟ ପାଣ୍ଡିଆନଲକ୍ଷ୍ମୀକାନ୍ତ ମହାପାତ୍ରଦ୍ୱିତୀୟ ବିଶ୍ୱଯୁଦ୍ଧରଜଜଗନ୍ନାଥ ଦାସମଧୁସୂଦନ ଦାସଫକୀର ମୋହନ ସେନାପତିଗଙ୍ଗାଧର ମେହେରସାରଳା ଦାସଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବିର୍ସା ମୁଣ୍ଡାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବ୍ୟବହାରକାରୀ:Hema Mohanty/ପରଖଘରବିଶେଷ:ନଗଦବଦଳଗୋପବନ୍ଧୁ ଦାସନବୀନ ପଟ୍ଟନାୟକକୋଣାର୍କ ସୂର୍ଯ୍ୟ ମନ୍ଦିରନନ୍ଦିନୀ ଶତପଥୀରାଧାନାଥ ରାୟଶ୍ରେଣୀ:Wikipedia cleanupଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେମହାତ୍ମା ଗାନ୍ଧୀଓଡ଼ିଆ ସାହିତ୍ୟଆଲାୟା ଏଫ୍ବନ୍ଦେ ଉତ୍କଳ ଜନନୀଅଶ୍ୱିନୀ ବୈଷ୍ଣବଅନନ୍ତ ପଟ୍ଟନାୟକଫେସବୁକଜଗନ୍ନାଥ ମନ୍ଦିରମନୋଜ ଦାସମଧୁସୂଦନ ରାଓଭୀମ ଭୋଇ