ନକ୍ଷତ୍ର

ହିନ୍ଦୁ ଜ୍ୟୋତିଷ ମତେ ରାଶିଚକ୍ର (ଅପମଣ୍ଡଳ)କୁ (୩୬୦ ଡିଗ୍ରୀ) ୨୭ଟି କାଳ୍ପନିକ ଅଂଶରେ ବିଭକ୍ତ କରାଯାଇ ପ୍ରତ୍ୟେକ ଭାଗ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ ।

ଜ୍ୟୋତିଷୀୟ ପରିଚୟ

ସମ୍ପାଦନା

ହିନ୍ଦୁ ଜ୍ୟୋତିଷରେ ରାଶିଚକ୍ର (୩୬୦ ଡିଗ୍ରୀ)କୁ କାଳ୍ପନିକ ୨୭ ଭାଗରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଭାଗ ଅର୍ଥାତ୍‌ ୧୩ ଡିଗ୍ରୀ ୨୦ ମିନିଟ ଅଂଶ ଗୋଟିଏ ଗୋଟିଏ ନକ୍ଷତ୍ର ନାମରେ ନାମିତ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ପୁଣି ପ୍ରତ୍ୟେକ ନକ୍ଷତ୍ରକୁ ଚାରି ପାଦରେ ବିଭକ୍ତ କରାଯାଇଛି । ଚନ୍ଦ୍ରର ଦୈନିକ ଗତି ପ୍ରାୟ ୧୩ ଡିଗ୍ରୀ ୨୦ ମିନିଟ ହୋଇଥିବାରୁ ଏହା ଗୋଟିଏ ଦିନ ଗୋଟିଏ ନକ୍ଷତ୍ରରେ ଅବସ୍ଥାନ କରିଥାଏ । [୧] ତେଣୁ ବୈଦିକ ଜ୍ୟୋତିଷରେ ନକ୍ଷତ୍ର ସହିତ ଚନ୍ଦ୍ରର ସମ୍ବନ୍ଧ ଅତି ନିବିଡ । ବୈଦିକ ଜ୍ୟୋତିଷ ମତରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ନକ୍ଷତ୍ରରେ ଅବସ୍ଥାନ କରୁଥାନ୍ତି, ବ୍ୟକ୍ତିର ସେହି ଜନ୍ମ ନକ୍ଷତ୍ର ହୁଏ ।ବୈଦିକ ଜ୍ୟୋତିଷରେ ୨୭ଟି ନକ୍ଷତ୍ର ହେଉଛନ୍ତି, ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣି, ମୃଗଶିରା, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ବଫାଲ୍ଗୁନୀ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ବିଶାଖା, ଅନୁରାଧା, ଜ୍ୟେଷ୍ଠା, ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା, ଶତଭିଷା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦରେବତୀ । ତେବେ ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଅଭିଜିତ ନକ୍ଷତ୍ରକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । [୨]

ବିଶେଷତ୍ୱ

ସମ୍ପାଦନା
  • ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । [୩]
  1. "The 27 Nakshatras". Archived from the original on 9 October 2015. Retrieved 25 September 2015.
  2. "Fundamentals of Vedic Astrology" (PDF). Archived from the original (PDF) on 4 March 2016. Retrieved 25 September 2015.
  3. "How to name your baby as per Hindu Astrology?"www.mypanchang.com, Retrieved 25 September 2015
🔥 Top keywords: ପ୍ରଧାନ ପୃଷ୍ଠାମନମୋହନ ସାମଲରଜବିଶେଷ:ଖୋଜନ୍ତୁମୋହନ ଚରଣ ମାଝୀଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଆ ଭାଷାସାରଳା ଦାସମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଫକୀର ମୋହନ ସେନାପତିରାଧାନାଥ ରାୟକୋଣାର୍କ ସୂର୍ଯ୍ୟ ମନ୍ଦିରମଧୁସୂଦନ ଦାସଦ୍ୱିତୀୟ ବିଶ୍ୱଯୁଦ୍ଧଗୋପବନ୍ଧୁ ଦାସଓଡ଼ିଶାଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସପିତୃ ଦିବସବନ୍ଦେ ଉତ୍କଳ ଜନନୀଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆ:ଆମ ସହ ଯୋଗାଯୋଗମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳମହାତ୍ମା ଗାନ୍ଧୀମନୋଜ ଦାସଇରା ମହାନ୍ତିଉପେନ୍ଦ୍ର ଭଞ୍ଜଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକମଧୁସୂଦନ ରାଓରଥଯାତ୍ରାନମିତା ଅଗ୍ରୱାଲକଣ୍ଠଅଳତିଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଗୋଦାବରୀଶ ମିଶ୍ରଓଡ଼ିଶାର ସଂସ୍କୃତିଗୋପୀନାଥ ମହାନ୍ତିସୁରେନ୍ଦ୍ର ମହାନ୍ତିଭାରତ