ଲିମ୍ଫାଡେନୋପାଥି

ଲିମ୍ଫାଡେନୋପାଥି ରୋଗରେ ଲସିକା ଗ୍ରନ୍ଥି ଆକାର ବଢ଼ିଯାଏ ।

ଲିମ୍ଫାଡେନୋପାଥି, ଅନ୍ୟ ନାମ ଆଡେନୋପାଥି, ରୋଗରେ ଲସିକା ଗ୍ରନ୍ଥି ଆକାର ବଢ଼ିଯାଏ ।[୧] ଏହା ଶରୀରର ଗୋଟିଏ ଅଂଶରେ ହୋଇପାରେ କିମ୍ବା ବିସ୍ତୃତ ଭାବରେ ହୋଇପାରେ | [୧] ଯଦି ଲସିକା ଗ୍ରନ୍ଥି କୋମଳ ଥିଲେ ସଂକ୍ରମଣ ସମ୍ଭାବନା ଅଧିକ ଥାଏ ଓ କର୍କଟ ରୋଗ ହେବାର କମ୍ ସମ୍ଭାବନା ଥାଏ | [୧] ୩ କିମ୍ବା ୪ ସପ୍ତାହରୁ ଅଧିକ ସମୟର ବୃଦ୍ଧି ଥିଲେ ଚିନ୍ତାଜନ‌କ ହୁଏ । [୧] [୨]

Lymphadenopathy
Adenopathy, swollen lymph nodes, lymphadenitis
A CT scan of axillary lymphadenopathy in a 57-year-old man with multiple myeloma.
ବିଭାଗInfectious disease, oncology
ଲକ୍ଷଣEnlargement of lymph nodes[୧]
କାରଣInfections, autoimmune diseases, cancers, lymphoproliferative disorders, unkown[୧]
ଚିକିତ୍ସାBased on underlying cause[୧]
ପୁନଃପୌନିକRelatively common[୨]

ଏହାର କାରଣ ମଧ୍ୟରେ ସଂକ୍ରମଣ, ଅଟୋଇମ୍ମ୍ୟୁନ ରୋଗ, କର୍କଟ, ଔଷଧ ପ୍ରତିକ୍ରିୟା ଏବଂ ଲିମ୍ଫୋପ୍ରୋଲିଫରେଟିଭ ବେମାରୀ ହୋଇପାରେ । [୧] [୨] ସଂକ୍ରମଣର କାରଣ ଜୀବାଣୁ, କବକ, ଭୂତାଣୁ,ସ୍ପାଇରୋକେଟାଲ କିମ୍ବା ପ୍ରୋଟୋଜୋଆ ହୋଇପାରେ । [୧] ଅଟୋମ୍ୟୁମ୍ୟୁନ ରୋଗରେ ଆମିଲଏଡୋସିସ୍, ସିସ୍ଟେମିକ ଲୁପସ୍ ଏରିଦେମାଟୋସସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। [୧] କର୍କଟ ରୋଗ ମଧ୍ୟରେ ଲିମ୍ଫୋମା, ଲିଉକେମିଆ ଏବଂ ମେଟାଷ୍ଟାସିସ ଅନ୍ତର୍ଭୁକ୍ତ ହୋଇପାରେ। [୧] ସେମାନଙ୍କର ମଧ୍ୟ ଅଜଣା ରହିପାରନ୍ତି | [୧] ସାଧାରଣତଃ ବୟସ୍କମାନଙ୍କ ଲସିକା ଗ୍ରନ୍ଥିଗୁଡ଼ିକ ୧ ସେମିରୁ ଛୋଟ | [୧] ଲସିକା ଗ୍ରନ୍ଥି ବାୟୋପ୍ସି କରି ରୋଗ ନିର୍ଣ୍ଣୟ ସମର୍ଥିତ କରାଯାଇପାରେ | [୧]

ମୂଳ କାରଣ ଉପରେ ଏହାର ଚିକିତ୍ସା ନିର୍ଭର କରେ | [୧] ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଶେଷ ଚିନ୍ତାଜନ‌କ ନୁହେଁ ବିଶେଷତଃ ପିଲାମାନଙ୍କ କ୍ଷେତ୍ରରେ ଅଧିକାଂଶ ମାମଲା ଗମ୍ଭୀର ନୁହେଁ। [୧] ଏହି ରୋଗ ଅପେକ୍ଷାକୃତ ସାଧାରଣ ଅଟେ | [୨] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୨] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି | [୨] 

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Maini, R; Nagalli, S (January 2020). "Lymphadenopathy". PMID 32644344. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Freeman, AM; Matto, P (January 2020). "Adenopathy". PMID 30020622. {{cite journal}}: Cite journal requires |journal= (help)
🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିରାସେଶ୍ୱରୀ ପାଣିଗ୍ରାହୀଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:List of shortcutsପ୍ରଦୀପ କୁମାର ପାଣିଗ୍ରାହୀଚୈତ୍ର ପୂର୍ଣ୍ଣିମାବିଶେଷ:ନଗଦବଦଳଜଗନ୍ନାଥହନୁମାନ ଜୟନ୍ତୀମହାତ୍ମା ଗାନ୍ଧୀଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସଛାଞ୍ଚ:Unreferenced/docଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଗଙ୍ଗାଧର ମେହେରଓଡ଼ିଆ ସାହିତ୍ୟମନୋଜ ଦାସମଧୁସୂଦନ ରାଓସାରଳା ଦାସନମିତା ଅଗ୍ରୱାଲଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଶ୍ରୀନିବାସ ରାମାନୁଜନହନୁମାନ ଚାଳିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆ:ଜାଣିବା କଥାପ୍ରତିଭା ରାୟଉଇକିପିଡ଼ିଆ:CUTSwiki.phtmlଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟସୁରେନ୍ଦ୍ର ମହାନ୍ତି