ପାଇଥନ୍ (ପ୍ରୋଗ୍ରାମିଂ ଭାଷା)

ପାଇଥନ୍ ଏକ "ଉଚ୍ଚ ସ୍ତରୀୟ ପ୍ରୋଗ୍ରାମିଂ ଭାଷା" ଅଟେ ।[୨୦][୨୧][୨୨] ସି ଭଳି ପ୍ରୋଗ୍ରାମିଂ ଭାଷା ଅପେକ୍ଷା ପାଇଥନ ଭାଷାରେ ଗୋଟିଏ କାର୍ଯ୍ୟକୁ ଅଳ୍ପ ଧାଡିର କୋଡ ବ୍ୟବହାରକରି କରାଯାଇପାରେ ।[୨୩][୨୪] ଏହାର ଲେଖିବା ଶୈଳୀ ବା ସିଣ୍ଟାକ୍‌ସ୍, ପ୍ରୋଗ୍ରାମିଂ କୋଡ୍କୁ ଅତି ସ୍ପଷ୍ଟରେ ପଢ଼ି ଓ ବୁଝିପାରିବାରେ ସହାଯ୍ୟ କରେ।

Python
ପାରାଡ଼ିଜିମ୍‌multi-paradigm: object-oriented, imperative, functional, procedural, reflective
ପ୍ରଥମେ ଦେଖାଯାଇଥିଲା20 ଫେବୃଆରୀ 1991; 33 years ago (1991-୦୨-20)[୧]
ଡିଜାଇନ କରିଥିଲେGuido van Rossum
ବିକାଶକPython Software Foundation
ସ୍ଥାୟୀ ରିଲିଜ3.6.1 / 21 ମାର୍ଚ୍ଚ 2017; 7 years ago (2017-୦୩-21)[୨]
2.7.13 / 17 ଡିସେମ୍ବର 2016; 7 years ago (2016-୧୨-17)[୩]
ଟାଇପିଂ ପଦ୍ଧତିduck, dynamic, strong
ପ୍ରମୁଖ ବ୍ୟବହାରCPython, IronPython, Jython, MicroPython, PyPy
ଉପଭାଷାCython, RPython, Stackless Python
ଏହାକୁ ପ୍ରଭାବିତ କରିଛନ୍ତିABC,[୪] ALGOL 68,[୫] C,[୬] C++,[୭] Dylan,[୮] Haskell,[୯] Icon,[୧୦] Java,[୧୧] Lisp,[୧୨] Modula‑3,[୭] Perl
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତିBoo, Cobra, CoffeeScript,[୧୩] D, F#, Falcon, Genie,[୧୪] Go, Groovy, JavaScript,[୧୫][୧୬] Julia,[୧୭] Nim, Ruby,[୧୮] Swift[୧୯]
ଅପେରେଟିଂ ସିଷ୍ଟମCross-platform
ସତ୍ତ୍ଵPython Software Foundation License
ୱେବସାଇଟwww.python.org

ଅନ୍ୟ ପ୍ରୋଗ୍ରାମିଂ ଭାଷାରେ କୋଡ୍-ବ୍ଲକ୍କୁ କୁଟୀଳ ବନ୍ଧନୀ ( {} )ରେ ଲେଖାଯାଉଥିବା ବେଳେ, ପାଇଥନ୍‌ରେ ୱାଇଟ୍ ସ୍ପେସ୍ (white space)ର ବ୍ୟବହାର କରଯାଏ। ଏହାକୁ ଗୁଇଡୋ ଭାନ୍ ରୋସମ୍ (Guido van Rossum) ୧୯୯୧ ମସିହାରେ ବିକଶିତ କରିଥିଲେ। ମୁଳତଃ ଏହା ଏକ ପ୍ରୋଗ୍ରାମିଂ ଲିପି, ଅର୍ଥାତ ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ। କିନ୍ତୁ ଆବଶ୍ୟକତା ସ୍ଥଳେ ପ୍ରୋଗ୍ରାମ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିପାରିବା ଭଳି ଏକ୍ସେକ୍ୟୁଟେବଲ୍ ଭାବେ ପ୍ୟାକ୍ କରାଯାଇପାରେ।

ଅନେକ ଲିନକ୍ସ (Linux) ଅପରେଟିଙ୍ଗ୍ ସିଷ୍ଟମ୍ ସହ ପାଇଥନ୍ ଇନ୍ଟରପ୍ରେଟର (interpreter) ଯୋଡ଼ା ହୋଇ ଆସିଥାଏ।


ଗୁଗଲ୍ ପରି କମ୍ପାନୀରେ ପାଇଥନ୍‌ର ବହୁଳ ବ୍ୟବହାର କରଯାଏ।

ଇତିହାସ ସମ୍ପାଦନା

Guido van Rossum, the creator of Python

୧୯୯୧ ମସିହା ଫେବୃଆରୀରେ ଗୁଇଡୋ ଭାନ୍ ରୋସମ୍ (Guido van Rossum) alt.sourcesରେ ପ୍ରଥମେ ପ୍ରକାଶ କରିଥିଲେ।[୨୫] ଏହା ABC ପ୍ରୋଗ୍ରାମିଂ ଭାଷାର ପରବର୍ତ୍ତୀ ସଂସ୍କରଣ। ଗୁଇଡୋ ଭାନ୍ ରୋସମ୍ Monty Python's Flying Circusର ଫ୍ୟାନ ହୋଇଥିବାରୁ ଏହାର ନାମ ପାଇଥନ୍ ରଖିଥିଲେ। [୨୬]

୨୦୦୧ରେ ପାଇଥନ୍ ସଫ୍ଟୱେର୍ ଫାଉଣ୍ଡେସନ୍ ପ୍ରତିଷ୍ଠା ହୋଇଥିଲା । [୨୭]

୨୦୦୮ ଡିସେମ୍ବେର୍ ୩ରେ ପାଇଥନ୍ ୩.୦ର ସ୍ଥାୟୀ ରିଲିଜ୍ ହୋଇଥିଲା ।

୨୦୨୦ ମସିହା ଜନୁଆରୀ ୦୧ ତାରିଖରୁ ପାଇଥନ୍ ୨.୭ ଏବଂ ଏହାର ପୂର୍ବ ଭର୍ସନ ଗୁଡ଼ିକୁ କୌଣସି ସହାୟତା ଦିଆଯିବ ନାହିଁ ବୋଲି ବିଧିବଦ୍ଧ ଭାବରେ ପାଇଥନ ସମାଜ ପକ୍ଷରୁ ଘୋଷଣା କରାଯାଇଥିଲା ।[୨୮]

୨୦୧୯ରେ ପାଇଥନ୍ ୩.୮ର ଆଲଫା ରିଲିଜ୍ ଘୋଷଣା କରାଯାଇଛି। [୨୯]

ବିଶେଷତା ସମ୍ପାଦନା

  1. ସରଳ: ପାଇଥନ୍ ଏକ ସରଳ ପ୍ରୋଗ୍ରାମିଂ ଭାଷା। ଏହାକୁ ପଢ଼ି ଓ ବୁଝିପାରିବା ପାଖାପଖି ଇଂରାଜୀ ପଢ଼ିବା ସହ ସମାନ।
  2. ସହଜ ଶିକ୍ଷଣ: ପାଇଥନ୍ ଶିଖିବା ବହୁତ ସହଜ ହୋଇଥିବାରୁ ଏହାକୁ ଅନେକ ପ୍ରୋଗ୍ରାମର୍ ଏହାକୁ ପ୍ରଥମ ପ୍ରୋଗ୍ରାମିଂ ଭାଷା ଭାବେ ବ୍ୟବହାର କରିଥାନ୍ତି।
  3. ସ୍ୱତନ୍ତ୍ର ଏବଂ ମୁକ୍ତସ୍ରୋତ: ପାଇଥନ୍ ଏକ ଓପନ୍ ସୋର୍ସ୍ ସଫ୍ଟୱେର୍। [୨୭]
  4. ଉଚ୍ଚ ସ୍ତରୀୟ:
  5. ପୋର୍ଟେବଲ୍: ଏହା ଲିନକ୍ସ, ୱିନଡୋସ, ଆଇଓସ ପରି ଅନେକ ଗୁଡିଏ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ ଉପଲବ୍ଧ। ଏହାର କୋଡ୍ ସମସ୍ତ ଅପରେଟିଙ୍ଗ୍ ସିଷ୍ଟମରେ ସମାନ ଭାବେ କାମ କରନ୍ତି।
  6. ଇନ୍ଟରପ୍ରେଟର ପର୍ଯ୍ୟବେଷିତ ପ୍ରୋଗ୍ରାମିଂ ଲିପି: ସି (C) ବା C++ ପରି ଏଥିରେ ଲିଖିତ ପ୍ରୋଗ୍ରାମ୍କୁ ବ୍ୟବହାର କରିବା ପୂର୍ବରୁ କଂପାଇଲ୍ (compile) କରିବାର ଆବଶ୍ୟକତା ନଥାଏ।
  7. ଅବଜେକ୍ଟ ଓରିଏନ୍ଟେଡ୍:
  8. ଏକ୍ସଟେନ୍ଟେବଲ୍: ପାଇଥନ୍ କୋଡ୍‌ର କୈଣସି ଅଂଶକୁ ଜଲଦି ପ୍ରୋସେସ୍ କରିବାକୁ ଥିଲେ, ଏହି ଅଂଶକୁ ସି(C) ବା C++ରେ ଲେଖାଯାଇପାରେ।
  9. ବ୍ୟାପକ ଲାଇବ୍ରେରୀ: ପାଇଥନର ମାନକ ଲାଇବ୍ରେରୀ ବହୁତ ବ୍ୟାପବ ଯାହାକି ଏହାକୁ ଅନ୍ୟତମ ଲୋକପ୍ରିୟ କରିପାରିଛି।
  10. ଏମ୍ବେଡେବଲ୍:

ସିଣ୍ଟାକ୍‌ସ୍ ସମ୍ପାଦନା

ଆରକ୍ଷିତ ଶବ୍ଦାବଳୀ ସମ୍ପାଦନା

ପାଇଥନ୍ ୨.୫ରେ ୩୧ଟି ଆରକ୍ଷିତ ଶବ୍ଦାବଳୀ ରହିଛି

and del        from        not        whileas         elif       global      or         withassert     else       if          pass       yieldbreak      except     import      printclass      exec       in          raisecontinue   finally    is          returndef        for        lambda      try

ହ୍ୟାଲୋ ୱର୍ଲଡ୍ ସମ୍ପାଦନା

''' Hello world'''print "Hello world"

ଫିବୋନାସି ସିରିଜ୍ ସମ୍ପାଦନା

# Python 3: Fibonacci series up to ndef fib(n):     a, b = 0, 1     while a < n:         print(a, end=' ')         a, b = b, a+b     print() fib(1000)

ଆହୁରି ଦେଖନ୍ତୁ ସମ୍ପାଦନା

ଆହୁରି ପଢନ୍ତୁ ସମ୍ପାଦନା

  • Downey, Allen B (Version 1.6.6 - May 2012). Think Python: How to Think Like a Computer Scientist. ISBN 978-0-521-72596-5. {{cite book}}: Check date values in: |date= (help)
  • Hamilton, Naomi (5 August 2008). "The A-Z of Programming Languages: Python". Computerworld. Retrieved 31 March 2010.
  • Lutz, Mark (2013). Learning Python (5th ed.). O'Reilly Media. ISBN 978-0-596-15806-4.
  • Pilgrim, Mark (2004). Dive Into Python. Apress. ISBN 978-1-59059-356-1. Archived from the original on 2012-09-19. Retrieved 2014-02-12.
  • Pilgrim, Mark (2009). Dive Into Python 3. Apress. ISBN 978-1-4302-2415-0.
  • Summerfield, Mark (2009). Programming in Python 3 (2nd ed.). Addison-Wesley Professional. ISBN 978-0-321-68056-3.

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

🔥 Top keywords: ପ୍ରଧାନ ପୃଷ୍ଠାଓଡ଼ିଆ ଭାଷାବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିରାସେଶ୍ୱରୀ ପାଣିଗ୍ରାହୀଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:List of shortcutsପ୍ରଦୀପ କୁମାର ପାଣିଗ୍ରାହୀଚୈତ୍ର ପୂର୍ଣ୍ଣିମାବିଶେଷ:ନଗଦବଦଳଜଗନ୍ନାଥହନୁମାନ ଜୟନ୍ତୀମହାତ୍ମା ଗାନ୍ଧୀଜଗନ୍ନାଥ ମନ୍ଦିରଗୋପୀନାଥ ମହାନ୍ତିଗୋପବନ୍ଧୁ ଦାସଛାଞ୍ଚ:Unreferenced/docଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଗଙ୍ଗାଧର ମେହେରଓଡ଼ିଆ ସାହିତ୍ୟମନୋଜ ଦାସମଧୁସୂଦନ ରାଓସାରଳା ଦାସନମିତା ଅଗ୍ରୱାଲଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଶ୍ରୀନିବାସ ରାମାନୁଜନହନୁମାନ ଚାଳିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଉଇକିପିଡ଼ିଆ:ଜାଣିବା କଥାପ୍ରତିଭା ରାୟଉଇକିପିଡ଼ିଆ:CUTSwiki.phtmlଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟସୁରେନ୍ଦ୍ର ମହାନ୍ତି